ରାଉରକେଲା ସହରରେ ରହୁଥିବା ଲକ୍ଷାଧିକ ବିହାରୀ ସଂପ୍ରଦାୟର ଲୋକ ଛଟି ମାତାଙ୍କ ପୂଜା କରାନ୍ତି । ଆଜି ସକାଳୁ ଉଦିତ ସୂର୍ଯ୍ୟକୁ ପୂଜା ସହ ଛଟ ପୂଜା ପାଇଁ ବଜାର ଘାଟ ସବୁଠି ଲାଗିଲାଣି ଗହଳି ଚହଳି ।
ପୂଜା ପାଇଁ ଆବଶ୍ୟକ ଆଖୁ, ଗୋଟା ନଡିଆ, ହଲଦୀ ଗଛ, ଅଦା ଗଛ, ମୂଳା ଗଛ, କଦଳୀ , ସେଓ, ନାସପାତି, ପାଣି ସିଙ୍ଗଡା, ଭଳିକି ଭଳି ଫଳ ବଜାରରେ କିଣାକିଣି ପାଇଁ ପ୍ରବଳ ଭିଡ ଲାଗିଛି। ଫଳମୂଳ ସହ, ପୂଜା ସମାଗ୍ରୀ କିଣାକିଣିରେ ବ୍ୟସ୍ତ ଲୋକ। ଏପଟେ ନଦୀ ଘାଟମାନଙ୍କରେ ବି ପ୍ରସ୍ତୁତି ସରିଛି।। ଗରିବ ହୁଅନ୍ତୁ ଅବା ଧନୀ ସମସ୍ତେ ମାତା ଛଟିଙ୍କ ପୂଜାକୁ ନିଷ୍ଠାର ସହ ପାଳନ କରିଥାନ୍ତି ।
ଶାନ୍ତିଶୃଙ୍ଖଳା ତଥା ସୁରକ୍ଷା ପାଇଁ ୪୦ ପ୍ଳାଟୁନ ଫୋର୍ସ ସହ ଓଡ୍ରାଫ ଟିମ୍ ମୁତୟନ ରହିବେ।












Leave a Reply