ନିର୍ବାଚନ ଜିତିଲେ ଅବିବାହିତ ଯୁବକଙ୍କ ବିବାହ କରାଇବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଲେ ବିଧାୟକ ପ୍ରାର୍ଥୀ

ମୁମ୍ବାଇ : ମଧ୍ୟ ମହାରାଷ୍ଟ୍ରର ମରାଠଓ୍ଵାଡ଼ା କ୍ଷେତ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦ ପାଓ୍ଵାରଙ୍କ ପ୍ରାର୍ଥୀ ରାଜେସାହେବ ଦେଶମୁଖ ଏମିତି ନିର୍ବାଚନୀ ପ୍ରତିଶ୍ରୁତି ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ସେ କହିଛନ୍ତି ଯଦି ବିଧାନସଭା ନିର୍ବାଚନ ଜିତନ୍ତି ତେବେ ନିଜ ନିର୍ବାଚନ ମଣ୍ଡଳୀରେ ଅବିବାହିତ ଯୁବକଙ୍କ ବିବାହ କରାଇବେ। ବିଡ ଜିଲ୍ଲାର ପରଲି ଆସନରୁ ନିର୍ବାଚନ ଲଢୁଥିବା ଦେଶମୁଖ ଏହି ଅଭିନବ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି।

 ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପରଲି ଆସନରେ ଦେଶମୁଖଙ୍କ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ହେଉଛନ୍ତି ରାଜ୍ୟର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ, ଯିଏ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାରଙ୍କ ନେତୃତ୍ଵାଧୀନ ଏନସିପିର ନେତା।

ଦେଶମୁଖ କହିଛନ୍ତି, ଯଦି ମୁଁ ବିଧାୟକ ହୋଇଯାଏ ତେବେ ସମସ୍ତ ଅବିବାହିତ ଯୁବକଙ୍କ ବିବାହ କରାଇ ଦେବି। ଯୁବକଙ୍କୁ ରୋଜଗାର ଦେବୁ। ଲୋକେ ଅବିବାହିତ ଯୁବକଙ୍କୁ ପଚାରୁଛନ୍ତି ଯେ, ପୁଅ କିଛି ଚାକିରି କରୁଛି କି ନାହିଁ। ଯଦି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ନିକଟରେ କୌଣସି ବ୍ୟବସ୍ଥା ନାହିଁ ତେବେ ଆପଣଙ୍କୁ କଣ ମିଳିବ। ମୁଣ୍ଡେ ନିଜର ନିର୍ବାଚନୀ ମଣ୍ଡଳରେ ଗୋଟିଏ ବି ଉଦ୍ୟୋଗ ଆଣି ପାରି ନାହାନ୍ତି। ଏଥିପାଇଁ ରୋଜଗାର ନ ମିଳିବା କାରଣରୁ ସ୍ଥାନୀୟ ଯୁବକଙ୍କ ବିବାହରେ ମୁସ୍କିଲ ହେଉଛି।

Leave a Reply

Your email address will not be published. Required fields are marked *