ପୁରୀ : ପୁରୀ ବେଦାନ୍ତ ବିଶ୍ଵବିଦ୍ୟାଳୟ ପାଇଁ ଯେଉଁ ଜମି ଅଧିଗ୍ରହଣ ହୋଇଥିଲା, ରାଜ୍ୟ ସରକାର ସେହି ଜମିକୁ ଫେରସ୍ତ କରିବେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଯେଉଁମାନଙ୍କ ଜମି ଅଧିକୃତ ହୋଇଥିଲା ସେମାନଙ୍କୁ ଚିହ୍ନଟ କରାଯାଇ ପଟ୍ଟାରେ ଆବଶ୍ୟକ ପରିବର୍ତ୍ତନ କରି ଫେରସ୍ତ କରାଯିବ। ପୁଣି ସେହି ଲୋକମାନେ ଜମି ଦାଖଲ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଆସନ୍ତା ୨ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
ବେଦାନ୍ତ ନେଇଥିବା ଜମି ଫେରାଇବେ ରାଜ୍ୟ ସରକାର












Leave a Reply