ଶ୍ରୀମନ୍ଦିର ସିଂହଦ୍ୱାର ପତିତପାବନ ମନ୍ଦିର ହେବ ରୁପା ଛାଉଣୀ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ପତିତପାବନ ମନ୍ଦିର ହେବ ରୁପା ଛାଉଣୀ । ପତିତପାବନ ଗୁମୁଟ ଦ୍ୱାର ବନ୍ଧ, ମହାପ୍ରଭୁଙ୍କ ରତ୍ନ ପଲଙ୍କ, ଭଣ୍ଡାରଘର ନିକଟ ଲୋକନାଥ ମନ୍ଦିର ବନ୍ଧ ବି ରୁପା ଛାଉଣୀ ହେବ। ଏନେଇ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରୂପା ଛାଉଣୀ ନେଇ ସେବାୟତଙ୍କୁ ଆଜି ଡିଜାଇନ୍ ଦେଖାଯାଇଛି । ପୂର୍ବ ପରିଚାଳନା କମିଟିରେ ଏନେଇ ଆଲୋଚନା ହୋଇଥିଲା। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ରଥଚକ ବିକ୍ରିରୁ ୫୩ଲକ୍ଷ ଟଙ୍କା ଲବ୍ଧ ଅର୍ଥ ଶ୍ରୀମନ୍ଦିର ଫଣ୍ଡକୁ ଆସିଛି ।

ସେହିଭଳି ମହାପ୍ରଭୁଙ୍କ ଚଳନ୍ତୀ ପ୍ରତୀମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ ଓ ଅନ୍ୟ ଦେବବେଦୀଙ୍କୁ ମିଶାଇ ୭ଟି ପ୍ରଭା ରୁପାରେ ତିଆରି କରିବାକୁ ପୂର୍ବ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ପତିତପାବନ ମନ୍ଦିର ଓ ସିଂହାସନ ଆଚ୍ଛାଦିତ କରିବାକୁ ବି ଯୋଜନା କରାଯାଇଥିଲା। ଆଜି ଏସବୁର ଡିଜାଇନ୍‌ ପ୍ରଦର୍ଶିତ ହୋଇଥିଲା। ପତିତପାବନ ମନ୍ଦିର ଓ ସିଂହାସନର ମାପ ଯେହେତୁ ଡିଜାଇନର୍‌ମାନେ ଆଣିନଥିଲେ, ତେଣୁ ଏହା ଚୂଡ଼ାନ୍ତ ହୋଇପାରିନି। କିନ୍ତୁ ସିହଂଦ୍ୱାର ଜମଶିଳାରେ ଲାଗିବାକୁ ଥିବା ରୁପା ଡିଜାଇନ୍‌ରେ ସାମାନ୍ୟ ସଂଶୋଧନ କରାଯାଇଛି ଓ କେଉଁ ଡିଜାଇନ୍‌ର ରୁପା ଲାଗିବ ଚୂଡ଼ାନ୍ତ ହୋଇସାରିଛି।

Leave a Reply

Your email address will not be published. Required fields are marked *