ରାଜ୍ୟସଭା ଉପ ନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି । ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି । ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦, ୧୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୧୩ ସୁଦ୍ଧା ପାର୍ଥିପତ୍ର ପ୍ରତ୍ୟାହାର, ୨୦ରେ ହେବ ଭୋଟ୍ ଗ୍ରହଣ । ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ପଦବୀରେ ହେବ ନିର୍ବାଚନ । ରାଜ୍ୟସଭାରୁ ସାଂସଦ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ ହେବ ।
ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଥିଲେ । ସୁଜିତ କୁମାର ଉଭୟ ନେତାଙ୍କ ନାଁ ନେଇନଥିଲେ ଅଭିଯୋଗ ଆଣିଥିଲେ ଯେ, ତାଙ୍କୁ ରାଜ୍ୟସଭାରୁ କାଢ଼ି ଦିଆଯିବା ସହ ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ ବୋଲି କଳାହାଣ୍ଡି ଆସି ବିଜେଡିର ଜଣେ ରାଜ୍ୟସ୍ତରୀୟ ନେତା ଧମକାଇଥିଲେ।
ଯେହେତୁ ରାଜ୍ୟସଭାରେ ବିଜେପି ନିଜ ସଂଖ୍ୟା ବଢ଼ାଇବାକୁ ଚାହୁଁଛି, ସେଥିପାଇଁ ବିଜେଡି ସାଂସଦଙ୍କୁ ଟାର୍ଗେଟ୍ କରୁଥିବା କୁହାଯାଉଛି ।












Leave a Reply