ଗଣିଆ ବ୍ଲକରେ ଶ୍ରବଣ ଉପକରଣ ବଣ୍ଟନ

ଗଣିଆ: ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ସଭା ଗୃହରେ ମଙ୍ଗଳବାର ଦିନ ଓଡିଶା ସରକାର ଙ୍କ ତରଫରୁ ଶ୍ରବଣ ବାଧିତ ମାନଙ୍କୁ ମାଗଣା ରେ ଉପକରଣ ବଣ୍ଟନ କରାଯାଇଛି ବୋଲି ଜଣାପଡିଛି, ଆପଣ ମାନେ ଏହି ଭିଜୁଆଲ ଦେଖିଲେ ଜାଣିପାରିବେ, ଗଣିଆ ବ୍ଲକ ର ଆଠ ଗୋଟି ପଂଚାୟତ ରେ ଭୀମଭୋଇ ସାମର୍ଥ୍ୟ ଶିବିର ରେ ପଞ୍ଜିକୃତ ଶ୍ରବଣ ବାଧିତ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ବିଷୟରେ ଜଣାଇ ଦିଆଯାଇଛି, ସେଥି ମଧ୍ୟରୁ 100ଜଣ ଏହି ଶିବିର ରେ ଯୋଗ ଦେଇଥିଲେ, ସେମାନଙ୍କୁ ପୂର୍ଣ୍ଣବାର ପରୀକ୍ଷା କରାଯାଇ ମାଗଣାରେ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା, ଆଜିର ଶିବିର ରେ ପଂଚାୟତ ଅଧକ୍ଷା ଶ୍ରୀମତୀ ଝୁନା ଜେନା, ଜ଼ିଲ୍ଲାପରିଷଦ ସଭ୍ୟ ନରେଶ ବେହେରା, ବିଡ଼ିଓ Dr, ବେବିତା ମଞ୍ଜରୀ ନାୟକ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହ୍ନର, ଅମ୍ବିକା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *