ଭୁବନେଶ୍ୱର: ଗେରୁଆ ରଙ୍ଗର ରେନକୋଟ୍ ପିନ୍ଧିବେ ଭୁବନେଶ୍ୱର ଟ୍ରାଫିକ ପୋଲିସ। ଟ୍ରାଫିକ ପୋଲିସଙ୍କୁ ଦିଆଯାଇଛି ନୂଆ ରେନ୍କୋଟ୍। । ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି। ରାଜଧାନୀର ସମସ୍ତ ଟ୍ରାଫିକ କନଷ୍ଟେବଳଙ୍କୁ ଟ୍ରାଫିକ ଥାନାରେ ରେନକୋଟ୍ ବଣ୍ଟାଯାଇଛି। ଏହି ନୂଆ ରେନ୍କୋଟ୍ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ପ୍ରଦାନ କରାଯାଇଛି। ରାଜିତରେ ଟ୍ରାଫିକ ପୋଲିସଙ୍କ ଉପସ୍ଥିତି ଜାଣିବା ପାଇଁ ରେନକୋଟରେ ରେଡିଅାଂଶ ଷ୍ଟିକର ଲାଗିଛି। ରାତିରେ ଏହା ଉପରେ ଲାଇଟ୍ ପଡିଲେ ଉଜ୍ଜଳ ଦେଖାଯିବ। ଏହାଦ୍ୱାରା ସମସ୍ତେ ପୋଲିସର ଉପସ୍ଥିତି ଜାଣିପାରବେ।
ଟ୍ରାଫିକ ପୋଲିସ ପିନ୍ଧିବେ ଗେରୁଆ ରଙ୍ଗର ରେନକୋଟ୍












Leave a Reply