ଏଲ୍‌ଆଇସିର ନୂତନ ଉତ୍ପାଦ ଉନ୍ମୋଚନ

ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି ଇଣ୍ଡିଆ)ର ନୂତନ ଉତ୍ପାଦ ରେଞ୍ଜ ଯଥା ଏଲ୍‌ଆଇସି ୟୁବା ଟର୍ମ (ପ୍ଲାନ୍‌ ୮୭୫)/ ଡିଜି ଟର୍ମ (ପ୍ଲାନ ୮୭୬) ଏବଂ ଏଲ୍‌ଆଇସି ଯୁବା କ୍ରେଡିଟ ଲାଇଫ (ପ୍ଲାନ୍‌ ୮୭୭) / ଡିଜି କ୍ରେଡିଟ୍‌ ଲାଇଫ (ପ୍ଲାନ୍‌ ୮୭୮)’ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସି ଇଣ୍ଡିଆର ମୁମ୍ବାଇ କାର୍ଯ୍ୟାଳୟଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏଲ୍‌ଆଇସି ଇଣ୍ଡିଆର ଏମ୍‌ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଏଲ୍‌ଆଇସି ଇଣ୍ଡିଆର ଏହି ନୂତନ ଉତ୍ପାଦଗୁଡ଼ିକ ହିତାଧିକାରୀଙ୍କୁ ଅନେକ ପ୍ରକାର ସୁବିଧା ଓ ସୁରକ୍ଷିତ ବୀମା ସେବା ଉଭୟ ଅଫ୍‌ଲାଇନ ଓ ଅନ୍‌ଲାଇନ ଜରିଆରେ ଯୋଗାଇଦେଇଥାଏ। ସେହିଭଳି ଉପରୋକ୍ତ ନୂତନ ବୀମା ଉତ୍ପାଦ ଜରିଆରେ ହିତାଧିକାରୀ ସେମାନଙ୍କ ଅନେକ ପ୍ରକାର ଆବଶ୍ୟକତା ପୂରଣ କରିପାରିବେ ବୋଲି ନିଗମ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *