ଓଡ଼ିଶା ପୁଅ ରଶ୍ମୀରଞ୍ଜନ ସ୍ୱାଇଁ ହେଲେ ଜାମ୍ମୁକାଶ୍ମୀର ଡିଜିପି

ନୂଆଦିଲ୍ଳୀ : ଓଡ଼ିଶା ପୁଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ୱାଇଁ ହେଲେ ଜାମ୍ମୁକାଶ୍ମୀର ଡିଜିପି। ରଶ୍ମୀରଞ୍ଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୧ ବ୍ୟାଚର ଆଇପିଏସ୍ ଅଫିସର ରଶ୍ମୀରଞ୍ଜନ ସ୍ୱାଇଁ ବର୍ତ୍ତମାନ ଜାମ୍ମୁକାଶ୍ମୀରର କାର୍ଯ୍ୟକାରୀ ଡିଜିପି ଭାବେ କାର୍ଯ୍ୟ କରୁଥିଲେ। ତେବେ ଆଜି ତାଙ୍କୁ ଡିଜିପି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ତେବେ ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ମୁତାବକ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ସେ ଏହି ଦାୟିତ୍ୱରେ ରହିବେ । ଜାମ୍ମୁକାଶ୍ମୀରର ଡିଜିପି ହେବା ପୂର୍ବରୁ ସେ ଶ୍ରୀନଗର ଓ ଜମ୍ମୁରେ ଏସଏସପି ମଧ୍ୟ ରହିସାରିଛନ୍ତି । ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ସେ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ସେ ଜମ୍ମୁରେ ଏସଏସପି ଦାୟିତ୍ୱରେ ଥିଲେ ।

 

Leave a Reply

Your email address will not be published. Required fields are marked *