ଆର୍‌ବିଆଇର ବଡ଼ ନିଷ୍ପତ୍ତି: ଚେକ୍‌ କ୍ଲିଅରାନ୍ସ ପାଇଁ ଲାଗିବନି ୨ଦିନ

ଭୁବନେଶ୍ୱର: ଚେକ୍‌ କ୍ଲିଅରାନ୍ସ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବଡ଼ ନିଷ୍ପତ୍ତି ନେଇଛି। ଏଣିକି ମାତ୍ର କିଛି ଘଣ୍ଟା ମଧ୍ୟରେ ଚେକ୍‌ କ୍ଲିଅର ହୋଇପାରିବ। ଚେକ୍‌ କ୍ଲିଅରାନ୍ସ ସମୟକୁ କିଛି ଘଣ୍ଟାକୁ ହ୍ରାସ କରିବା ଏବଂ ଏହା ସହ ଜଡ଼ିତ ବିପଦକୁ ହ୍ରାସ କରିବା ଲକ୍ଷ୍ୟରେ ଆର୍‌ବିଆଇ ପଦକ୍ଷେପ ଗ୍ରହଣ କରିଛି। ଗୁରୁବାର ଚଳିତ ଆର୍ଥିକ ବର୍ଷର ତୃତୀୟ ମୁଦ୍ରାନୀତିର ସମୀକ୍ଷା ଘୋଷଣାକରି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ଚେକ୍‌ କ୍ଲିଅରାନ୍ସକୁ ଶୃଙ୍ଖଳିତ କରିବା, କ୍ଲିଅରାନ୍ସ ବିପଦକୁ ହ୍ରାସ କରିବା ଏବଂ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ ଚେକ୍‌ ଟ୍ରାଞ୍ଜାକ୍‌ସନ ସିଷ୍ଟମ (ସିଟିଏସ୍‌) ପ୍ରଚଳନ କରାଯାଇଛି। ବର୍ତ୍ତମାନର ପ୍ରକ୍ରିୟାକୁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି, ଏହା ଅଧୀନରେ ବର୍ତ୍ତମାନର ସିଟିଏସ୍‌ ସିଷ୍ଟମ ଅଧୀନରେ ଥିବା ‘ବ୍ୟାଚ୍‌’ରେ ପ୍ରକ୍ରିୟାକରଣ କରିବା ପରିବର୍ତ୍ତେ ବ୍ୟବସାୟ ସମୟରେ କ୍ରମାଗତ ଭିତ୍ତିରେ କ୍ଲିଅରାନ୍ସ କରାଯିବ। ପୂର୍ବରୁ ଚେକ୍‌ ଜମା ହେବାଠାରୁ ରାଶି ଆସିବା ପର୍ଯ୍ୟନ୍ତ ୨ ଦିନ ଲାଗୁଥିବାବେଳେ ଏଣିକି ନୂତନ ସିଷ୍ଟମରେ ଜମାହେବାର କିଛି ଘଣ୍ଟା ମଧ୍ୟରେ ଚେକ୍‌ କ୍ଲିଅର ହେବ।

Leave a Reply

Your email address will not be published. Required fields are marked *