ଆଳୁ ଲାଞ୍ଚ ନେଇ ପୋଲିସ ଅଧିକାରୀ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ଓଡ଼ିଶାରେ ଏବେ ଆଳୁ ଦାମ୍ ଦେଖି ଲୋକେ ଆଳୁ ଖାଇବା ଛାଡିଦେଲା ଭଳି ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଏକ ଖବର ଆସିଛି ଯେ ଜଣେ ପୋଲିସ ଅଧିକାରୀ ୫ କେଜି ଆଳୁ ଲାଞ୍ଚ ମାଗି ସସ୍‌ପେଣ୍ଡ ହୋଇଛନ୍ତି।  ଏକ ମାମଲାର ଫଇସଲା କରିବା ପାଇଁ ଲାଞ୍ଚ ମାଗୁଥିବାର ଏକ ଫୋନ୍ କଲ ରେକର୍ଡ଼ିଂ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଖବର ସାମ୍ନାକୁ ଆସିଥିଲା।ଘଟଣା ସାମ୍ନାକୁ ଆସିବା ପରେ କନୌଜ ଆରକ୍ଷୀ ଅଧିକ୍ଷକ(ଏସପି) ଅମିତ କୁମାର ଆନନ୍ଦ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେବା ସହିତ ଏହି ମାମଲାର ଏକ ବିଭାଗୀୟ ଅନୁସନ୍ଧାନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର କନୌଜ ଅଞ୍ଚଳରେ ସବ-ଇନ୍ସପେକ୍ଟର ରାମକ୍ରିପାଲ ସିଂ ଲାଞ୍ଚ ଭାବେ ଆଳୁ ଡିମାଣ୍ଡ କରିଥିଲେ।

 

Leave a Reply

Your email address will not be published. Required fields are marked *