ଆର୍‌ଡିଏସ୍‌ଏସ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର

ନୂଆଦିଲ୍ଲୀ: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ପାଓ୍ବାର ଗ୍ରୀଡ୍‌)ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ରିଭାମ୍ପପ୍‌ଡ ଡିଷ୍ଟ୍ରିବ୍ୟୁଶନ ସେକ୍ଟର ସ୍କିମ୍‌(ଆର୍‌ଡିଏସ୍‌ଏସ୍‌)ର ଭିତ୍ତିପ୍ରସ୍ତର ଉତ୍ସବ ନିକଟରେ ଆୟୋଜିତ ହୋଇଯାଇଛି। ଏପରିକି ୟୁନିୟନ ଟେରିଟୋରି(ୟୁଟି) ଲାଦାଖର ରାଜ ନିୱାସ ଲେଠାରେ ଏକ ସ୍ବତନ୍ତ୍ର ସମାରୋହ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଲ୍ୟୁଟ୍‌ନାଣ୍ଟ ଗଭର୍ନର, ଲଦାଖ, ବ୍ରିଗ.(ଡ) ବି.ଡି . ମିଶ୍ର (ରିଟାୟର୍ଡ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ୍‌ ତାସି ଗିଆଲସନ୍‌ ଚେୟାରମ୍ୟାନ୍‌/ ସିଇସି ଏଲ୍‌ଏଏଚ୍‌ଡିସି ଲେ, ଡ. ଜାଫର ଆଖୋନ୍‌, ଚେୟାରମ୍ୟାନ୍‌/ସିଇସି ଏଲ୍‌ଏଏଚ୍‌ଡିସି କାର୍‌ଗିଲ, ଡ. ପୱନ କୋଟୱାଲ,ଆଇଏଏସ୍‌,ଲ୍ୟୁଟ୍‌ନାଣ୍ଟ ଗଭର୍ନରଙ୍କ ଉପଦେଷ୍ଟା ଲଦାଖ, ,ଆର୍‌.କେ.ତ୍ୟାଗୀ, ଅଧ୍ୟକ୍ଷ ପରିଚାଳନା ନିର୍ଦ୍ଦେଶକ, ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ଏବଂ ବିକ୍ରମ ସିଂ ମଲିକ, ଆଇଏଏସ୍‌, ପ୍ରଶାସନିକ ସଚିବ, ଶକ୍ତି ବିକାଶ ବିଭାଗ, ଲଦାଖ ୟୁଟି, ସନ୍ତୋଷ ସୁଖଦେବ, ଆଇଏଏସ୍‌, ଡେପୁଟି କମିଶନର, ଲେହ ଲଦାଖ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ, ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌, ଲଦାଖର ଶକ୍ତି ବିକାଶ ବିଭାଗ ୟୁଟି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ପାଓ୍ବାର ଗ୍ରୀଡ୍‌ର ସିଏମ୍‌ଡି ଆର୍‌.କେ. ତ୍ୟାଗୀ କହିଥିଲେ, ଆମେ ଆମର ନୂତନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତରକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମେ ଆମର ପ୍ରତିଶ୍ରୁତି ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ବିକାଶ କରାଯିବା ସହ ଲଦାଖର ଶକ୍ତି ଭିତ୍ତିଭୂମିର ସ୍ଥାୟୀ ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

Leave a Reply

Your email address will not be published. Required fields are marked *