୧୯ ବର୍ଷରେ ପାଶନ କ୍ଲବ: ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶ

ଭୁବନେଶ୍ୱର: ପ୍ରତ୍ୟକ ଥର ଏହି ସଂଗଠନ କିଛି ନୂଆ ଚିନ୍ତାଧାରା ସହିତ ପୂଜା କରିଆସୁଛି | ଆପଣାକୁ ଜଣେଇଦେବାକୁ ଚାହେଁଇବି କି ଏହି ସଂଗଠନ ପୂର୍ବରୁ ମୁଦ୍ରାରେ, ପ୍ଲାଷ୍ଟିକ ମାଳି ରେ, ଏମିତି ନୂଆ ନୂଆ ଚିନ୍ତାଧାରା ରେ ପୂଜା କରିଆସୁଛି | ଚଳିତ ବର୍ଷ ସଂଗଠନ ଦ୍ୱାରା ପାଖାପାଖି ୩୦ଫୁଟ ଉଚର ରଥ ନିର୍ମାଣ କରିକି ସେଥିରେ ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶରେ ଗଣେଶଙ୍କୁ ପୂଜା କରିବାକୁ ନିଷ୍ପତି ନିଆଯାଇଛି | ଏଥି ସହିତ ଚାରିଦିନ ଧରି ହବାକୁ ଥିବା ଏହି ପୂଜାରେ ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର, ଭଜନ, ପ୍ରବଚନ, ଓଡିଶୀ ନୃତ୍ୟ ପରିବେଷଣ କରାଯିବା ସହିତ ଛୋଟ ପିଲାଙ୍କର ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ | ୧୦ ତାରିଖ ଦିନ ପ୍ରସାଦ ସେବନ ର ଆୟୋଜନ କରାଯିବ | ଏହି ଯୁବ ସଂଗଠନ ଦ୍ୱାରା ମହା ଆଡମ୍ବର ସହିତ ଗଣେଶ ପୂଜା ଦୀର୍ଘ ୧୯ ବର୍ଷ ଧରି ନିରନ୍ତର ଭାବେ କରିଆସୁଛନ୍ତି | କ୍ଳବର ସଭାପତି ଅଶୋକ କୁମାର ପଲ୍ଲାଇଙ୍କ ଅଧ୍ୟକତାରେ ବସିଥିବା ଏହି ସାମ୍ବାଦିକ ସମିଳନୀ ରେ ଆଦିଶକ୍ତି ଚାରିଟାଵଲେ ଟ୍ରଷ୍ଟର ଅଧକ୍ଷ ଡ଼ ନାରାୟଣ ମହାପାତ୍ର, ଯୁବ ନେତା ନରେନ ସହୂ, କ୍ଳବର ସଭାପତି ଅଶୋକ କୁମାର ପଲ୍ଲାଇ ସମ୍ପାଦକ ସୁବାଶ ବେହେରା ଉପସଭାପତି ପ୍ରଶାନ୍ତ ବଡୁ ସହ ସମ୍ପାଦକ କେଦାର ମହାରଣା କୋଷାଧକ୍ଷ ଗୋପାଳ ଦାଶ ଅଶ୍ଵିନି କର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *