ଟି୨୦ ବିଶ୍ୱକପ୍: ଅଧିକାର ବଞ୍ଚାଇ ରଖିବ ବାଂଲାଦେଶ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଟି୨୦ ବିଶ୍ୱକପ ଆୟୋଜକ ଅଧିକାର ବଞ୍ଚାଇ ରଖିବାକୁ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର ମିଳିତ ଜାତିସଂଘ ଦ୍ୱାରସ୍ତ ହେବାକୁ ଯୋଜନା କରୁଛନ୍ତି।ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ଅନେକ ଦେଶ ବାଂଲାଦେଶ ଯାତ୍ରା କରୁଥିବା ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଦେଶଗୁଡିକର ସରକାର ସେମାନଙ୍କ ନାଗରିକମାନଙ୍କୁ ବାଂଲାଦେଶ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି ଯାହା ଅକ୍ଟୋବର ୩ ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ ଉପରେ ଏକ ବଡ଼ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *