ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ମଙ୍ଗଳବାର ଭାରତ ଫେରିପାରନ୍ତି। ଏହା ପରେ ସେ ତିନି ମାସର ବ୍ରେକ ନେଇପାରନ୍ତି। ସେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରୁ ମଧ୍ୟ ଦୂରେଇ ରହିପାରନ୍ତି ବୋଲି କୁହାଯାଉଛି। ଭାରତୀୟ ଦଳ ଅଲିମ୍ପିକ୍ସରେ ମୋଟ ୬ଟି ପଦକ ଜିତିବାରେ ସଫଳ ହୋଇଥିଲା। ମନୁ ଭାକର ଏଥିରୁ ଦୁଇଟି ଜିତିଥିଲେ। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଏବଂ ସରବୋଜିତ୍ଙ୍କ ସହ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ସ୍ବାଧୀନ ଭାରତ ଇତିହାସରେ ସେ ପ୍ରଥମ ଭାରତୀୟ ଆଥଲେଟ ହୋଇ ସମାନ ସଂସ୍କରଣରେ ଦୁଇଟି ପଦକ ଜିତିଥିଲେ।
ବିଶ୍ୱକପରୁ ଦୂରେଇ ରହିପାରନ୍ତି ମନୁ ଭାକର!
















Leave a Reply