ନାଲ୍‌କୋର ପ୍ରଥମ ତ୍ରୈମାସିକରେ ୬୦୧ କୋଟିର ନିଟ୍‌ ଲାଭ

ଭୁବନେଶ୍ୱର: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ଼ ବା ନାଲ୍‌କୋର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ଆଗାମୀ କାର୍ଯ୍ୟକଳାପ ସହିତ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ୨୦୨୪ ଜୁନ୍‌ ଶେଷ ସୁଦ୍ଧା କମ୍ପାନୀ ମୋଟ ୨୮୫୬ କୋଟି ଟଙ୍କାର ବ୍ୟବସାୟ କରିବା ସହ ନିଟ୍‌ ୬୦୧କୋଟି ଟଙ୍କା ଲାଭ କରିଛି। ଏହି ଲାଭ ପରିମାଣ ଗତ ଆର୍ଥିକ ବର୍ଷରେ ଏହି ସମୟରେ କରିଥିବା ଲାଭ ୩୪୯ କୋଟି ଟଙ୍କାଠାରୁ ୭୨% ଅଧିକ ବୋଲି ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ନାଲକୋ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବ୍ୟବସାୟିକ ଏବଂ ଆର୍ଥିକ କ୍ଷେତ୍ରରେ ସୁପରିଚାଳନା ଯୋଗୁ ଉତ୍କୃଷ୍ଟ ଫଳାଫଳ ହାସଲ କରିଅଛି। ଆନ୍ତର୍ଜାତିକ ବଜାରରେ ମେଟାଲ ଦରରେ ଉନ୍ନତି, ଘରୋଇ ବଜାରର ସକାରାତ୍ମକ ବ୍ୟବସାୟିକ ପରିବେଶ ତଥା ଉତ୍ପାଦନ କ୍ଷେତ୍ରରେ ଆର୍ଥିକ ସୁପରିଚାଳନା ଯୋଗୁ ଚଳିତ ତ୍ରୈମାସିକରେ କମ୍ପାନୀ ଉଲ୍ଲେଖନୀୟ ଫଳାଫଳ ହାସଲ କରିପାରିଛି।

Leave a Reply

Your email address will not be published. Required fields are marked *