ଗଣିଆରେ ୭୮ ତମ ସ୍ବାଧିନତା ଦିବସ ଧୁମଧାମରେ ପାଳିତ

ଗଣିଆ: (ମନୋରଞ୍ଜନ ମଳିକ) : ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ୭୮ ତମ ସ୍ବାଧିନତା ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଝୁନା ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ, ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ପ୍ରଧାନ ଶିକ୍ଷୟିତ୍ରୀ ନିହାର ବାଳା ରାଉତ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର,ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ୧୫ଟି ପରେଟ ଗ୍ରୁପ ଅଂଶ ଗ୍ରହଣ କରିଥିଲେ ।  କଲେଜ ସ୍ତରରେ ସାମନ୍ତରାୟ ମହାବିଦ୍ୟାଳୟ ,ଉଚ୍ଚ ମାଧ୍ୟମିକ ସ୍ତରରେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପ୍ରଥମ ସ୍ଥାନ ହାସଲ କରିଥିବାରୁ ସେମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଦେଶପ୍ରେମରେ ଉଦବୁଦ୍ଧ ହୋଇ ଦେଶ ତଥା ରାଜ୍ୟର ବିକାଶ କରିବାକୁ ଚେଷ୍ଟା କରିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । କଣ୍ଟିଲୋରୁ ଆସିଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଗୋବିନ୍ଦ ଚନ୍ଦ୍ର ମହାରଣା ଆଖିରେ ଅନ୍ଧପୁଟୁଳି ବାନ୍ଧି ବାଇକ ଚଳାଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସାମନ୍ତରାୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗାନ୍ଧୀଙ୍କ ପୀଠରେ ପଥପ୍ରାନ୍ତ ନାଟକ କରି ମନୋରଞ୍ଜନ କରିଥିଲେ । ଗଣିଆ ଶିଶୁ ରାଇଜ, ମହାବୀର ସାଂସ୍କୃତିକ ପରିଷଦ,ଗଣିଆ ଥାନା,ଗଣିଆ ଉନ୍ନୟନ କମିଟି, ପଞ୍ଚାୟତ ସମିତି, ତହସିଲ କାର୍ଯ୍ୟାଳୟ, ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ, ବନବିଭାଗ,ଦମକଳ କେନ୍ଦ୍ର, ମହାନଦୀ ପବ୍ଲିକ ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ମନ୍ଦିର, ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ପତାକା ଉତ୍ତୋଳନ ହୋଇଥିବା ଜଣାପଡିଛି । ସମସ୍ତ ଅନୁଷ୍ଠାନରେ ଶାନ୍ତି ଶୃଙ୍ଖଳାର ସହିତ ପତାକା ଉତ୍ତୋଳନ ଶେଷ ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *