ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ମିଳିବ ୨୦ ଲକ୍ଷର ଋଣ

ନୂଆଦିଲ୍ଲୀ: ଦେଶର ଯୁବବର୍ଗଙ୍କୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ମୋଦି ସରକାର ୨୦୧୫ରେ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ ଆରମ୍ଭ କରିଥିଲେ। ଏହି ଯୋଜନା ଅଧିନରେ ନିଜର କାରୋବାର ଆରମ୍ଭ କରିବା ଅଥବା ବ୍ୟବସାୟ ବଢ଼ାଇବାକୁ ଇଚ୍ଛା ରଖିଥିବା ଯୁବକମାନଙ୍କୁ ବନ୍ଧକ ବିନା ୧୦ ଲକ୍ଷ ଟଙ୍କା ଯାଏ ଋଣ ମିଳିଥାଏ। ବଜେଟ ୨୦୨୪ରେ ମୁଦ୍ରା ଯୋଜନା ଅଧୀନରେ ଦିଆଯାଉଥିବା ଋଣର ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷ କରିଦିଆଯାଇଛି।  ଏହି ଯୋଜନା ଅଧୀନରେ ୩ଟି ବର୍ଗରେ ଋଣ ଦିଆଯାଏ। ଶିଶୁ ବର୍ଗରେ ୫୦,୦୦୦ ଟଙ୍କା, କିଶୋର ବର୍ଗ ଅଧୀନରେ ୫ ଲକ୍ଷ ଏବଂ ତରୁଣ ବର୍ଗରେ ୧୦ ଲକ୍ଷ ଟଙ୍କା ଦିଆଯାଉଛି। ଏହି ଋଣ କୌଣସି ବନ୍ଧକ ବିନା ଦିଆଯାଏ। ହେଲେ ଏହି ଯୋଜନା ଅଧୀନରେ କର୍ପୋରେଟ କିମ୍ବା କୃଷି ସମ୍ବନ୍ଧୀୟ ଋଣ ଦିଆଯାଇ ନ ଥାଏ। ବେକାର ଯୁବକ ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି କିମ୍ବା ପୂର୍ବରୁ ଚାଲୁଥିବା ବ୍ୟବସାୟକୁ ବିସ୍ତାର କରିବାକୁ ଚାହୁଁଛନ୍ତି ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ।

Leave a Reply

Your email address will not be published. Required fields are marked *