ଦଶପଲ୍ଲାରେ ଖୋଲିଲା ନୁଆ ଟନେଲ

ଦଶପଲ୍ଲା -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଦଶପଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ କୁ ମିଳିଛି ଆଉ ଏକ ସଫଳତା, ବୌଦ୍ଧ ପରେ ଦଶପଲ୍ଲା ଷ୍ଟେସନ ନିକଟରେ ପ୍ରଥମ ଟନେଲ ଖୋଲା ଯାଇଛି, ଦଶପଲ୍ଲା ରୁ ବୁଗୁଡ଼ା ଵାଣିଗୋଚ୍ଛା କୁ ସଂଯୋଗ କରୁଥିବା ପ୍ରଥମ 800ଶହ ମିଟର ଟନେଲ ଖୋଲା ହୋଇଛି, ରେଳ ବିଭାଗ ର ଅଧିକାରୀ ଙ୍କ ଉପସ୍ଥିତରେ ଟନେଲ ବ୍ରେକ ଥ୍ରୋ ହୋଇଛି 7ମାସ ଭିତରେ ଟନେଲ କାର୍ଯ୍ୟ ସାରିଥିବାରୁ ରେଳ ବିଭାଗ ର ଇଜିନିଅର, ଶ୍ରମିକ, ମାନେ ଖୁସି ଅଛନ୍ତି ବୋଲି ଜଣାପଡିଛି, ଦଶପଲ୍ଲା ରେ ପ୍ରଥମ ଟନେଲ ସାରିଥିବାରୁ ଅନ୍ୟ ଦୁଇ ଟି ଟନେଲ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଇଛି, ଦଶପଲ୍ଲା ରେ ତିନୋଟି ଟନେଲ ରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି, ଏଥି ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି, 2026ଡିସେମ୍ବର ମାସ ସୁଦ୍ଧା ଟନେଲ କାର୍ଯ୍ୟ ଶେଷ ହେବ ବୋଲି ଜଣାପଡିଛି,

Leave a Reply

Your email address will not be published. Required fields are marked *