ଗଣିଆ ବଜ଼ାରରେ ପିଆଜ କେଜି 50ଟଙ୍କା, ଖାଦ୍ୟ ଯୋଗାଣ ବିଭାଗ ନିରବ ଦ୍ରଷ୍ଟା

ଗଣିଆ -(ମନୋରଞ୍ଜନ ମଳିକ )ନୟାଗଡ ଜ଼ିଲ୍ଲା ଗଣିଆ ହାଟ ଓ ବଜ଼ାର ରେ ଆଳୁ କିଲୋ 30ରୁ 35ଟଙ୍କା ଥିବା ବେଳେ ପିଆଜ କେଜି 50ଟଙ୍କା ବିକ୍ରି ହେଉଛି, ହେଲେ ଗଣିଆ ବ୍ଲକ ର ଖାଦ୍ୟ ଓ ଯୋଗାଣ ବିଭାଗ ନିରବ ଦ୍ରଷ୍ଟା ହୋଇ ବସିଛି, ହେଲେ ଜନସାଧାରଣ ମାନେ ବହୁତ ଅସୁବିଧା ରେ ରହୁଛନ୍ତି, ଲୋକ ମାନଙ୍କର ପ୍ରଧାନ ହେଲା ପିଆଜ, ଗରିବ ଲୋକ ମାନେ ପିଆଜ କିଣିବା ସାତସପନ ହୋଇଯାଇଛି, ବେପାରୀ ମାନେ ସରକାର ଙ୍କ ମୂଲ୍ୟ ରେ ନବିକି ଚୋରାରେ ବିକ୍ରି କରୁଛନ୍ତି, ଯାହା ଫଳରେ ପିଆଜ କୃତ୍ରିମ ଦରବୃଦ୍ଧି ହେଉଛି, ଏହି ଭଳି ପରିସ୍ଥିତି ରେ ଗଣିଆ ବ୍ଲକ ର ଖାଦ୍ୟ ଓ ଯୋଗାଣ ବିଭାଗ ସବୁଜାଣି ନିରବ ଦ୍ରଷ୍ଟା ସାଜିଥିବା ବେଳେ ଖାଉଟି ମାନେ ଅସନ୍ତୁଷ୍ଟ ହେଉଛନ୍ତି, ପିଆଜ ଯେପରି କଳା ବଜ଼ାରୀ ନ ହେବ ବ୍ଲକ ପ୍ରଶାସନ ନଜର ରଖିବାକୁ ଅଂଚଳ ବାସୀ ଦାବୀ କରିଛନ୍ତି I

Leave a Reply

Your email address will not be published. Required fields are marked *