ଗଣିଆରେ ବାଇପାସ ରାସ୍ତା ନିର୍ମାଣ କେବେ, ପ୍ରଶାସନ ଚୁପ କାହିଁକି?

ଗଣିଆ – (ମନୋରଞ୍ଜନ ମଳିକ ): ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଗଣିଆ ବଜ଼ାର ଉପରେ ବାଇପାସ ନିର୍ମାଣ କେବେ, ଗଣିଆ ବ୍ଲକ ଟି ଆଠ ଗୋଟି ପଂଚାୟତ କୁ ନେଇ ଗଠିତ, ଗଣିଆ ବଜ଼ାର ଉପରେ ଆଠ ଗୋଟି ପଂଚାୟତ ର ଜନସାଧାରଣ ମାନେ ନିର୍ଭର କରୁଥିବା କରନ୍ତି, ଗଣିଆ ବଜ଼ାର ରେ ସପ୍ତାହ କୁ ଦୁଇ ଦିନ ହାଟ ହୁଏ, ପ୍ରତେକ ଦିନ ଗଣିଆ ବଜ଼ାର ଉପରେ ଲୋକ ମାନଙ୍କ ପ୍ରବଳ ଭିଡ଼ ହେବା ଯୋଗୁ ଗାଡି ମଟର ଯିବାଆସିବା ଫଳରେ ଦୃଘଟଣା ଦିନକୁ ଦିନ ବଡ଼ିବାରେ ଲାଗିଛି, ବଜ଼ାର ଉପରେ ବ୍ୟାଙ୍କ, ବ୍ଲକ, ଥାନା, ମେଡିକାଲ, ତହସିଲ, ବିଦ୍ୟୁତ ଅଫିସ, ବିଭିନ୍ନ ପ୍ରକାର ଦୋକାନ ଥିବାରୁ ଲୋକ ଙ୍କ ଭିଡ଼ ଲାଗୁଛି, ଗଣିଆ ବଜ଼ାର ଉପରେ ଜନଗହଳି ହେବା ଯୋଗୁ ସରକାର ଙ୍କ ପକ୍ଷରୁ ବାଇପାସ ନିର୍ମାଣ କରିବା ପାଇଁ ଆଜକୁ 3ବର୍ଷ ହେଲା ଲୋକ ମାନେ ଶୁଣିଆସୁଛନ୍ତି ବୋଲି ଜଣାପଡିଛି, କିଛି ଦିନ ତଳେ ବିଧାୟକ ଓ ବିଭାଗୀୟ ଅଧିକାରୀ ମାନେ ଆସି ରାସ୍ତା ନିର୍ମାଣ କରିବା ପାଇଁ ଲୋକ ମାନଙ୍କୁ ପ୍ରତିଶୃତି ଦେଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାଇପାସ ନିର୍ମାଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଜାଗା ଅଧିଗ୍ରହଣ ହୋଇ ପାରିଲା ନାହିଁ, ଆମ ରିପୋଟର ବିଭାଗୀୟ ଅଧିକାରୀ (କନିଷ୍ଟ ଯନ୍ତ୍ରୀ )କୁ ବାଇପାସ ରାସ୍ତା ବିଷୟରେ ପଂଚାରିବାରୁ କନିଷ୍ଠ ଯନ୍ତ୍ରୀ ଉତ୍ତର ଦେଲେ ରାସ୍ତା କାର୍ଯ୍ୟ ଖୁବ ଶୀଘ୍ର ନିର୍ମାଣ ହେବ, ଖୁବ ଶୀଘ୍ର ବାଇପାସ ନିର୍ମାଣ କରିବାକୁ ଅଂଚଳ ବାସୀ ରାଜ୍ୟସରକାର ଓ ପ୍ରଶାସନ ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି,

Leave a Reply

Your email address will not be published. Required fields are marked *