ଡେଙ୍ଗୁ ନେଲା ୨ ଜୀବନ

କୋରାପୁଟ: କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଡେଙ୍ଗୁ ଆତଙ୍କ। ରବିବାର ଏହି ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ନାରାୟଣପାଟଣା ବସ୍‌ଷ୍ଟାଣ୍ଡ ଅଞ୍ଚଳର ବ୍ୟବସାୟ ବି. ଶିବାଜୀ। ୩ ଦିନ ମଧ୍ୟରେ ନାରାୟଣପାଟଣା ଅଞ୍ଚଳରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ ବି. ଶିବାଜୀଙ୍କୁ ପ୍ରାୟ ୩ ଦିନ ତଳେ ଜର ହୋଇଥିଲା। ସେ ପାର୍ବତୀପୁରମ୍‌ ଯାଇ ଟେଷ୍ଟ କରିବା ପରେ ଡେଙ୍ଗୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସେ ଔଷଧ ନେଇ ଘରକୁ ଆସିଥିଲେ। ଶନିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗୁରୁତର ଅବସ୍ଥାରେ ସ୍ବତନ୍ତ୍ର ଗାଡ଼ିରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଡେଙ୍ଗୁ କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *