ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ

ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ସିଟରେ ନିର୍ବାଚନ ହେଉଛି। ପାଖାପାଖି ୧ କୋଟି ୩୭ ଲକ୍ଷ ଜନତା ନିଜର ନେତା ବାଛିବେ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ । ୭୩ ମହିଳା ପ୍ରାର୍ଥୀଙ୍କ ସମେତ ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ ହୋଇଛନ୍ତି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନର ବ୍ୟବସ୍ଥା ହୋଇଛି । ଝାଡ଼ଖଣ୍ଡ ପୋଲିସ୍ ସହ BSF ଓ CRPFଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି। ସବୁଠି JMM-କଂଗ୍ରେସ (Congress) ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି (BJP)।

ସେହିପରି ରାଞ୍ଚିରୁ ନିର୍ବଚନ ଲଢୁଛନ୍ତି ଜେଏମଏମର ରାଜ୍ୟସଭା ସଦସ୍ୟ ମହୁଆ ମାନଜୀ । ଜାମସେଦପୁର ପଶ୍ଚିମ ଆସନରୁ ଲଢୁଛନ୍ତି କଂଗ୍ରେସ ନେତା ତଥା ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ବାନା ଗୁପ୍ତା । ତାଙ୍କ ବରୋଧରେ ପ୍ରାର୍ଥୀ ହୋଇଛନ୍ତି ଜେଡିୟୁର ସରଜୂ ରୟ । ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ୨୦୧୯ ନିର୍ବାଚନରେ ହରାଇଥିଲେ ସରଜୂ ରୟ । ସେହିଭଳି ଜାମସେଦପୁର ପୂର୍ବ ଆସନରେ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିୱେଟ ଅଜୟ କୁମାର । ବିଜେପି ପ୍ରାର୍ଥୀ ତଥା ରଘୁବରଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କ ସହିତ ତାଙ୍କର ସିଧାସଳଖ ଫାଇଟ୍‌ ଚାଲିଛି ।

ଅନ୍ୟ ଏକ ଚର୍ଚ୍ଚିତ ଆସନ ଜଗନ୍ନାଥପୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ସ୍ତ୍ରୀ ଗୀତା କୋଡ଼ା ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସର ସୋନାରାମ ସିଙ୍କୁ ତାଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି । ସେହପରି ଚକ୍ରଧରପୁରରୁ ଜେଏମଏମରୁ ସୁଖରାମ ଓରାନ୍ ନିର୍ବାଚନ ଲଢୁଛନ୍ତି । ୨୦ଲକ୍ଷରୁ ଅଧିକ ଓଡ଼ିଆ ଭୋଟର ବି ଏଥର ନିର୍ଣ୍ଣାୟକ ସାଜିବେ।ମୋଟ ୧୫ ହଜାର ୩୪୪ ବୁଥ୍‌ ମଧ୍ୟରୁ ୨୨୫ଟି ବୁଥକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published. Required fields are marked *