ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୬ ଭାରତୀୟ ବଂଶୋଦ୍ଭବ ବିଜୟୀ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏଥର ସର୍ବାଧିକ ୬ଜଣ ଭାରତୀୟ ବଂଶୋଦ୍ଭବ ନିର୍ବାଚିତ ହୋଇଛନ୍ତି ଆମେରିକାର ପ୍ରତିନିଧି ସଭାରେ ୫ଜଣ ଭାରତୀୟ ଆମେରିକୀୟ ଥିବାବେଳେ ଏହି ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ସୁହାସ ସୁବ୍ରମଣ୍ୟମ୍ ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ଭର୍ଜିନିଆରୁ ବିଜୟୀ ହୋଇ ରେକର୍ଡ କରିଛନ୍ତି। ସୁବ୍ରମଣ୍ୟମ୍ ଡେମୋକ୍ରାଟିକ୍ ପାର୍ଟିରୁ ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ୍‌ ପାର୍ଟିର ମାଇକ୍ କ୍ଲାନ୍ସିଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନରେ ବିଜୟୀ ହେବା ପରେ ସେ ଭର୍ଜିନିଆର ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭର୍ଜିନିଆର ୧୦ମ ଜିଲାରେ ସୁବ୍ରମଣ୍ୟମ୍‌ଙ୍କ ପରିବାର ବାସ କରୁଛନ୍ତି। ଏଠାରେ ସେ ବିବାହ କରିଛନ୍ତି। ସୁବ୍ରମଣ୍ୟମ୍ ଏବେ ଭର୍ଜିନିଆ ପ୍ରଦେଶର ସିନେଟର ଅଛନ୍ତି।

ଅନ୍ୟ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଶ୍ରୀ ଥାନେଦାର ମିଚିଗାନର ତ୍ରୟୋଦଶ ଜିଲାରୁ ପୁନଃ ନିର୍ବାଚିତ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟିର ମାର୍ଟେଲ ବିଭିଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ରୋ ଖାନ୍ନା କାଲିଫର୍ଣ୍ଣିଆର ୧୭ତମ ଜିଲାରୁ ବିଜୟୀ ହୋଇଛନ୍ତି। ସେ ରିବ୍ଲିକାନ ପାର୍ଟିର ଅନିତା ଚେନଙ୍କୁ ପରାସ୍ତ କରିଛନ୍ତି।

ପ୍ରମିଳା ଜୟପାଲ୍‌ ୱାଶିଂଟନର ୭ମ ଜିଲାରୁ ବିଜୟୀ ହୋଇଛନ୍ତି। ସେ ୫ମ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆମି ବେରା କାଲିଫର୍ଣ୍ଣିଆର ୬ଷ୍ଠ ଜିଲାରୁ ବିଜୟୀ ହୋଇଛନ୍ତି। ଜଣେ ଡାକ୍ତର ଭାବେ ଆମି କାଲିଫର୍ଣ୍ଣିଆ ଅଞ୍ଚଳରେ ବେଶ୍ ପରିଚିତ। ସେ କ୍ରମାଗତ ୭ମ ଥର ପାଇଁ ବିଜୟୀ ହୋଇଛନ୍ତି।

ରାଜା କୃଷ୍ଣମୂର୍ତ୍ତି ଇଲିନୋଇସ୍‌ର ୮ମ ଜିଲାରୁ ବିଜୟୀ ହୋଇଛନ୍ତି। ସେ କ୍ରମାଗତ ୫ ଥର ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେବେ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ଅମିସ୍‌ ଶାହା ଆରିଜୋନାରେ ଆଗୁଆ ରହିଥିବା ଜଣାଯାଇଛି।

ଏହି ନିର୍ବାଚନରେ ୯ଜଣ ଭାରତୀୟ ବଂଶୋଭବ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

Leave a Reply

Your email address will not be published. Required fields are marked *