ଆସିଲା ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ । ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ବା ମାଟ୍ରିକ୍ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୧ ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ।
ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ, ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ଓ ଶେଷଦିନ ତୃତୀୟ ଭାଷା ପରୀକ୍ଷା ଥିବା ବେଳେ, କେବଳ ଗଣିତକୁ ଛାଡ଼ି ବାକି ସବୁ ଏକ୍ଜାମ୍ ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏଁ ଚାଲିବ । ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ୧୫ ମିନିଟ୍ ସମୟ । ବୋର୍ଡ ପକ୍ଷରୁ ପ୍ରୋଗ୍ରାମ୍ ଘୋଷଣା ପରେ ଉତ୍ସାହିତ ଅଛନ୍ତି ମାଟ୍ରିକ୍ ଛାତ୍ରଛାତ୍ରୀ ।
ଫେବୃଆରୀ ୨୪ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଏବଂ ଶେଷ ଦିନ ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ଆଦି ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।












Leave a Reply