ଭୁବନେଶ୍ୱର :ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ତଥା ସୁଶାସନ ଦିବସ ପାଳିତ ହୋଇ ଯାଇଛି ା ଏହି ଅବସରରେଏମ୍ସ ଭୁବନେଶ୍ବର ପକ୍ଷରୁ ଦୂରଦୃଷ୍ଟି ଓ ସଂକଳ୍ପର ରାଷ୍ଟ୍ରନେତା, ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନାୟକ ତଥା ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୧୦୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କୁ ଏମ୍ସ ଭୁବନେଶ୍ବର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।
ଏନେଇ ଆଜି ଏମ୍ସ ଭୁବନେଶ୍ବର ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଭାରତରତ୍ନ ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏମ୍ସ ଭଳି ଏକ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଶ୍ରୀ ବାଜପେୟୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥି ସହ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ବୁର୍ଲା ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ତଥା ଆମ ମାର୍ଗଦର୍ଶକ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଏବଂ ସୁଶାସନ ଦିବସ ଅବସରରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ, ଅଟଳ ଉଦ୍ୟାନର ଉଦଘାଟନ ସହ ଗୋଲଗୁଣ୍ଡା ଛକକୁ ଅଟଳ ଛକ ନାମକରଣ କରିଛନ୍ତି । ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ପୂର୍ବତନ ବିରୋଧି ଦଳ ନେତା ତଥା ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର ଏବଂ ଅନ୍ଯାନ୍ଯ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ସେହିପରି ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ଆଜି ମୟୁରଭଞ୍ଜ ଜିଲ୍ଲାର ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗଣେଶ ମାର୍କେଟ କମ୍ପ୍ଲେକ୍ସ ଠାରେ ଅଟଳ ବିହାରି ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ।
ଏହି ଅବସରରେ ଉଦଳା ବିଧାୟକ ଶ୍ରୀ ଭାସ୍କର ମଢେଇ, ଜିଲ୍ଲା ବିଜେପି ସଭାପତି ଶ୍ରୀ କାନ୍ଦ୍ରା ସୋରେନ,ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ପଣ୍ଡା, ବରିଷ୍ଠ ନେତା ଶ୍ରୀ ନିହାର ରଞ୍ଜନ ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
Leave a Reply