ବନ୍ଦ ପ୍ରତିଶ୍ରୁତି ପରେ ବି ଆମେରିକା ହ୍ୟୁଷ୍ଟନରେ ଇସ୍କନ ଗଡ଼ାଇଲା ନନ୍ଦିଘୋଷ ସଦୃଶ ରଥ

ରଥଯାତ୍ରାରୁ ଓହରିବାର ପ୍ରତିଶ୍ରୁତି ପରେ ବି ଆମେରିକାର ହ୍ୟୁଷ୍ଟନରେ ଗଡ଼ାଇଲା ନନ୍ଦିଘୋଷ ସଦୃଶ ରଥ । ଯାହାକୁ ନେଇ  ଜଗନ୍ନାଥପ୍ରେମୀଙ୍କ ମନରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଗନ୍ନାଥପ୍ରେମୀ ଓ ସେବାୟତମାନେ ଇସ୍କନର ଏଭଳି ଛଳନାର ତୀବ୍ର ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି ଏ କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ, ସରକାରଙ୍କର ସେଥିରେ ପୂର୍ଣ୍ଣ ସହମତ ରହିବେ ।

ସବୁଠୁ ବଡ଼ କଥା ହେଉଛି ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନର ଖବରକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ରଥଯାତ୍ରାକୁ ବାତିଲ କରାଯାଇଥିବା ନେଇ ଗତ ୫ ତାରିଖରେ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦେଇଥିଲା ଇସ୍କନ ଭୁବନେଶ୍ୱର । ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି କୁହାଯାଇଥିଲା ।

ରଥଯାତ୍ରା କରିବନି ବୋଲି ଇସ୍କନ ପ୍ରତିଶ୍ରୁତି ଦେଇ ଛଳନା କଲା । ଫେଷ୍ଟିଭାଲ୍ ଅଫ୍ ବ୍ଲିସ୍ ନାଁରେ ଅଦିନରେ ଆମେରିକା ହ୍ୟୁଷ୍ଟନରେ ନନ୍ଦିଘୋଷ ସଦୃଶ ରଥ ଗଡ଼ାଇଲା । ରଥରେ ଚତୁର୍ଦ୍ଧାମୂର୍ତ୍ତି ନଥିଲେ ସତ ହେଲେ ରାଧାକୃଷ୍ଣଙ୍କୁ ବସାଇ ନନ୍ଦିଘୋଷ ଭଳି ଦିଶୁଥିବା ରଥ ଟାଣୁଥିଲେ ଇସ୍କନ ଅନୁଗାମୀ ।

Leave a Reply

Your email address will not be published. Required fields are marked *