ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନେଇ ବଡ଼ ବୟାନ ଦେଲେ ମନମୋହନ

ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନେଇ ବଡ଼ ବୟାନ ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଖୁବଶୀଘ୍ର ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନେଇ ଚିନ୍ତନ ଚାଲିଛି । ଶୀଘ୍ର ଏ ବାବଦରେ ନୀତିଗତ ନିଷ୍ପତି ନିଆଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରି ସଂପୂର୍ଣ୍ଣ କରାଯିବ । ରିପୋର୍ଟ ସାର୍ବଜନୀନ ବାବଦରେ ସରକାର ଅନୁଧ୍ୟାନ କରୁଛନ୍ତି। ରିପୋର୍ଟ କିପରି ଉପସ୍ଥାପନ ହେବ ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ୱ ଥିଲା, କିନ୍ତୁ ସେମାନେ କଲେ ନାହିଁ । ବର୍ତ୍ତମାନର ସରକାର ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ବୋଲି ସେ କହିଛନ୍ତି ।

ପଇସା ଯୋଗାଡ଼ କରି ଦେଲି, ହେଲେ ପରେ ଦେଖିଲା ବେଳେକୁ ସଂସ୍ଥା ଉଭାନ । ୧୯୮୬ ଆଇନରେ ଅପିଲ ବି କରିଥିଲି, କିନ୍ତୁ ରାସ୍ତା ଏତେ ଜଟିଳ ଥିଲା ଯେ ପଇସା ମିଳିଲାନି । ସେଥିପାଇଁ ୧୯୮୬ ଆଇନକୁ ୨୦୧୯ ରେ ସଂଶୋଧନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଗଦର୍ଶନରେ ଏହି ସବୁ ଗଳା ବାଟ ବନ୍ଦ ହୋଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

 

Leave a Reply

Your email address will not be published. Required fields are marked *