ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର : ରାଜ୍ୟ ସରକାର ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ଠାରେ ୩୨, ୩୩ ଓ ୩୪ତମ ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ୨୦୨୦, ୨୦୨୧ ଓ ୨୦୨୨ ମସିହା ଅର୍ଥାତ ୩ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

୨୦୨୦ ବର୍ଷ ପାଇଁ ଜୀବନବ୍ୟାପି ସାଧନା ନିମନ୍ତେ ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ଅନନ୍ତ ମହାପାତ୍ର ପାଇବେ ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର।

ସେହିପରି ଡଃ. ବିଶ୍ବନାଥ ପଟ୍ଟନାୟକ ପ୍ରଯୋଜିତ ଚଳଚ୍ଚିତ୍ର ‘ସହିଦ୍ ରଘୁ ସର୍ଦ୍ଦାର୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା ହୋଇଥିବା ବେଳେ ରୋମିଓ ରାଜା ଚଳଚ୍ଚିତ୍ର ପାଇଁ ରାକେଶ ସାମଲ ଶ୍ରେଷ୍ଠ ନିର୍ଦ୍ଦେଶକ, ଦେବାଶିଷ ପାତ୍ର ଓ ଅମ୍ଳାନ ଦାସ ଶ୍ରେଷ୍ଠ ମୁଖ୍ୟ ଅଭିନେତା, କାବ୍ୟା କିରଣ ଶୁକ୍ଳା ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ, ଡଃ. ବିଶ୍ବନାଥ ପଟ୍ଟନାୟକ ଶ୍ରେଷ୍ଠ କାହାଣୀକାର, ବୈଦ୍ୟନାଥ ଦାଶ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ପୁରସ୍କାର), ସରୋଜ କୁମାର ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ, ଅସୀମା ପଣ୍ଡା ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା, ନିରଞ୍ଜନ ଦାଶ ଓ ରାଜେଶ ଯୋଗୀ ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ପୁରସ୍କାର), ରାଜେଶ ଦାଶ ଶ୍ରେଷ୍ଠ ସମ୍ପାଦନା, ପଞ୍ଚାନନ ନାୟକ ଶ୍ରେଷ୍ଠ ଗୀତିକାର, ଡଃ. ଜ୍ଞାନେନ୍ଦ୍ର କୁମାର ପଲାଇ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ପୁଷ୍ପା ପଣ୍ଡା ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ଅଜୟ କୁମାର ଚୌଧୁରୀ ଶ୍ରେଷ୍ଠ ଶିଶୁ ଅଭିନେତା, ସୁରେଶ ଚନ୍ଦ୍ର ସେଠୀ ଶ୍ରେଷ୍ଠ କଳା ନିର୍ଦ୍ଦେଶକ, ବର୍ଷା ପ୍ରିୟଦର୍ଶିନୀ ସ୍ଵତନ୍ତ୍ର ଜୁରୀ ପୁରସ୍କାର, ‘ମାସ୍କ’ ଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର, ରାଜୀବ ମହାନ୍ତି ଓ ଦୀପକ୍ ରଞ୍ଜନ ମହାରଣା ଶ୍ରେଷ୍ଠ ଖଳ ଅଭିନେତା, ଲିପ୍ସା ମିଶ୍ର ଶ୍ରେଷ୍ଠ ଖଳ ଅଭିନେତ୍ରୀ, ଡଃ. ରଜନୀ ରଞ୍ଜନ ଦାସ ଶ୍ରେଷ୍ଠ ସଂଳାପ ଲେଖକ, ଶରତ କୁମାର ବେହେରା ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ, ସତ୍ୟବ୍ରତ ପାଟରା ଶ୍ରେଷ୍ଠ ରୂପ ସଜ୍ଜାକାରୀ, ଅମିତ୍ କୁମାର ନାୟକ ଶ୍ରେଷ୍ଠ ନୃତ୍ୟ ସଂଯୋଜନା ଏବଂ ‘କାଲି ପାଇଁ କାଲିର ସିନେମା’କୁ ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ ଭାବେ ବିଜେତା ଘୋଷଣା କରାଯାଇଛି।

୨୦୨୨ ବର୍ଷ ପାଇଁ ଜୀବନବ୍ୟାପି ସାଧନା ନିମନ୍ତେ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲ ପାଇବେ ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର।

ସେହିପରି ଦୀପେନ୍ଦ୍ର ସାମଲ ପ୍ରଯୋଜିତ ଚଳଚ୍ଚିତ୍ର ‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା ହୋଇଥିବା ବେଳେ ମାୟାବୀ ଚଳଚ୍ଚିତ୍ର ପାଇଁ ସୁଧାଂଶୁ ମୋହନ ସାହୁ ଶ୍ରେଷ୍ଠ ନିର୍ଦ୍ଦେଶକ, ବାବୁସାନ ମହାନ୍ତି ଶ୍ରେଷ୍ଠ ମୁଖ୍ୟ ଅଭିନେତା, ଲୋପାମୁଦ୍ରା ମିଶ୍ର ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ, ମିହିର ରଞ୍ଜନ ଆଚାର୍ଯ୍ୟ ଶ୍ରେଷ୍ଠ କାହାଣୀକାର, ପଙ୍କଜ ଜାଲ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ପୁରସ୍କାର), ମାଧବ ଦାସ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ, ଦୀପ୍ତିରେଖା ପାଢ଼ୀ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା, ପ୍ରତାପ ରାଉତ ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ପୁରସ୍କାର), ଦେବୀ ପ୍ରସାଦ ଲେଙ୍କା ଶ୍ରେଷ୍ଠ ସମ୍ପାଦନା, ଚୂଡ଼ାମଣି ଚନ୍ଦନ ଓ କପିଳେଶ୍ୱର ଖମାରି ଶ୍ରେଷ୍ଠ ଗୀତିକାର, ଡଃ ଲିଙ୍ଗରାଜ ନାଥ ଶ୍ରେଷ୍ଠ ଚିତ୍ରନାଟ୍ୟ, କୁନାଲ ପଟ୍ଟନାୟକ ଓ ଗଦାଧର ରାଉତ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ସୁଶୀଲା ନାୟାର ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ହରିହର ମହାପାତ୍ର ଶ୍ରେଷ୍ଠ ହାସ୍ୟ କଳାକାର, ଲିପାକସି ଦାଶ ଶ୍ରେଷ୍ଠ ଶିଶୁ ଅଭିନେତା, ଅଜୟ ସୁତାର ଶ୍ରେଷ୍ଠ କଳା ନିର୍ଦ୍ଦେଶକ, ତୁଷାରକାନ୍ତ ଜେନା ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ, ଚଳଚ୍ଚିତ୍ର ‘ବାଘ ବଜାରୀ’ ଓ ଟର୍ଚ୍ଚ ସ୍ଵତନ୍ତ୍ର ଜୁରୀ ପୁରସ୍କାର, ‘ମନାୟୁ-ମାଇଁ ୱଣ୍ଡରଲ୍ୟାଣ୍ଡ’ ଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର, କୌଶିକ ମହାପାତ୍ର ଶ୍ରେଷ୍ଠ ଖଳ ଅଭିନେତା, ମଉବାଣୀ ସରକାର ଶ୍ରେଷ୍ଠ ଖଳ ଅଭିନେତ୍ରୀ, ‘ଦେୱା’ ଶ୍ରେଷ୍ଠ ଆଦିବାସୀ ଭାଷା ଚଳଚ୍ଚିତ୍ର, ଦିଲ୍ଲୀପ କୁମାର ଚୌଧୁରୀ ଶ୍ରେଷ୍ଠ ସଂଳାପ ଲେଖକ, ମହେନ୍ଦ୍ର ବରାଳ ଓ ଜୀତ ଜଗଜିତ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ, ଶଙ୍କର ମଣ୍ଡଳ ଶ୍ରେଷ୍ଠ ରୂପ ସଜ୍ଜାକାରୀ, ଅମିତ ନାୟକ ଶ୍ରେଷ୍ଠ ନୃତ୍ୟ ସଂଯୋଜନା, ‘ମହାବାହୁ’ ଶ୍ରେଷ୍ଠ ସମ୍ପୁର୍ଣ ମନୋରଂଜନ ଭିଭିକ ଚଳଚ୍ଚିତ୍ର, ବିଜୟ କିଶୋର ଶ୍ରେଷ୍ଠ ସ୍ପେଶାଲ ଇଫେକ୍ଟ ଡିଜାଇନର/ଆନିମେଟର ଓ ‘ଓଡିଆ ସିନେମା ଗୀତ’ ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ ଭାବେ ବିଜେତା ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *