ଭୁବନେଶ୍ବର : ଜାନୁଆରି ୧, ୨୦୨୫ରୁ ରାଜ୍ୟରେ ଜନଗଣନା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେହିପରି ମନ୍ତ୍ରୀ କହିଛନ୍ତି ଯେ ‘ରିଲିଫ୍’ ନାମ ବଦଳିବ। ବନ୍ୟା, ବାତ୍ୟା ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଯେଉଁ ସହାୟତା ପ୍ରଦାନ କରାଯାଉଛି ତାହାକୁ ‘ରିଲିଫ୍’ କୁହାଯାଉଛି।
‘ରିଲିଫ୍’ ଏକ ଦୟାର ଶବ୍ଦ। ଆଉ ଦୟା ନୁହେଁ, ଲୋକଙ୍କୁ ସେମାନଙ୍କ ଅଧିକାର ମିଳିବ। ଏଥିପାଇଁ ରାଜସ୍ବ ବିଭାଗ ରିଲିଫ୍ କୋଡ୍ ଅଧିକାର ଆଇନରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।












Leave a Reply