ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ଶୂନ୍ୟକାଳରେ ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇ ପ୍ରଶ୍ନ କରିଛି ବିଜେଡି ।
ଏହାର ଜବାବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ କହିଛନ୍ତି, ଯେଉଁ ଜମି ଆଦାନୀ କିଣିଛି ସେଥିପାଇଁ ପୂର୍ବ ବିଜେଡି ସରକାର ଅନୁମତି ଦେଇଥିଲେ। ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ସରକାର ଅନୁମତି ଦେବେନି। ସେମିତି କିଛି ହେଲେ ମୁଁ ଆପଣଙ୍କ ସହିତ ଆନ୍ଦୋଳନକୁ ଓହ୍ଲାଇବି। ଆଦାନୀକୁ କେବେ ବି କାରଖାନା କରିବାକୁ ଦେବୁ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ପ୍ରସ୍ତାବ ନାହିଁ ।












Leave a Reply