ଭୁବନେଶ୍ବର : ମାର୍ଗଶିର ମାସ ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀଙ୍କୁ ଲାଗି ହେଉ ମାଣ୍ଡିଆ ଭୋଗ। ମାଣ୍ଡିଆ ପ୍ରସାଦ ଅର୍ପଣ କରି ସମସ୍ତଙ୍କୁ ପରଷିବା ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ପାଟିକୁ ସୁଆଦ ଦେବ, ଶରୀରକୁ ସୁସ୍ଥ ରଖିବ ମିଲେଟ୍ ବା ‘ପୁଷ୍ଟିଶସ୍ୟ’। ଶ୍ରୀ ଅନ୍ନ ତିଆରି ସ୍ନାକ୍ସ ଓ ସୁପ୍ । ମାଣ୍ଡିଆ ପାସ୍ତା ଓ ମାଣ୍ଡିଆ ନୁଡୁଲ୍ । ତା ସହ ମିଲେଟ୍ ତିଆରି ପିଠା, ପେଟିସ୍ଠୁ ନେଇ ପାମ୍ପଡ଼ି ଚାଟ୍ । ଖାଲି ପାଟି ସୁଆଦିଆ ଖାଦ୍ୟ ନୁହେଁ, ମିଲେଟ୍ ବି ସାଜି ପାରିବ ଦେହର ଗହଣା। ମାଣ୍ଡିଆରେ ତିଆରି ହେଉଛି କାନଫୁଲ, ଚାବି ରିଂ ଓ ଘରସଜ୍ଜା ସାମଗ୍ରୀ, ବାଜରା ଓ ଜୱାର୍ ଭଳି ମିଲେଟ୍ରୁ ମଧ୍ୟ ହେଉଛି ତିଆରି ।
ମାଣ୍ଡିଆ ଦିବସ ଉପଲକ୍ଷେ ଆଜି ଲୋକସେବା ଭବନରେ ଆୟୋଜିତ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଅବସରରେ ଦେଖିବାକୁ ମିଳିଥିଲା ମିଲେଟ୍ ତିଆରି ଅନେକ ନିଆରା ଖାଦ୍ୟ ଏବଂ ଲୋପ ପାଇ ଯାଉଥିବା ପୁଷ୍ଟିଶସ୍ୟ।
ଜି-୨୦ ସମ୍ମିଳନୀରେ ମାଣ୍ଡିଆର ବ୍ରାଣ୍ଡ୍ ଆମ୍ବାସଡର ବନିଥିବା ଓଡ଼ିଶାର ଦୁଇ ମାଣ୍ଡିଆ ମାଆଙ୍କ କଥା ମଧ୍ୟ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ବାମୀନାଥନ ଯୋଗଦେଇଥିଲେ।
ରାୟଗଡ଼ା ଓ ନୂଆପଡ଼ା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ମାଣ୍ଡିଆ ଦିବସ ଉପଲକ୍ଷେ ଆୟୋଜିତ ହୋଇଛି ମାଣ୍ଡିଆ ମେଳା।












Leave a Reply