ନରଣପୁର ଅଂଚଳରେ ଖୁଲମଖୁଲା ଚାଲିଛି ମୋରମ ଚୋରି

ଗୋପାଳପୁର : ମହୁଡା ଏବଂ ପାଳୁରୁ ହିଲସ ପରେ ବର୍ତ୍ତମାନ ନରଣପୁର ଅଞ୍ଚଳରେ ସ୍ୱଷ୍ଟ ଦିବାଲୋକରେ ଚାଲିଛି ପଥର ସହ ମୋରମ ଚୋରି ା ସରକାର କା ମାଲ ଦରିଆ ମେ ଡାଲ ନ୍ୟାୟରେ ଚାଲିଛି ଖଣିଜ ସମ୍ପଦ ଚୋରି ା ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଚାଲିଛି ବେଧଡ଼କ ଚାଲିଛି ପଥର ଓ ମୋରମ ଚୋରି ା ନିର୍ବାଚନ ମଣ୍ଡଳୀର ମହୁଡା ଏବଂ ପାଲୁରୁ ଅଞ୍ଚଳରୁ ଦିନକୁ ସହ ସହ ଟ୍ରକ ମୋରମ ଚୋରିର ମୁଖ୍ୟ ପଞ୍ଚମା ଗ୍ରାମର ଚୋରା ଦେଶୀ ମଦ ବେପାରୀ ା

ଏହି ଦେଶୀ ମଦ ବେପାରୀର ବର୍ତ୍ତମାନ ଲୋଲୁପ ଦୃଷ୍ଟି ପଡିଛି ଗୋପାଳପୁର ନିକଟସ୍ଥ ନରଣପୁର ଅଞ୍ଚଳ ରେ!ଉକ୍ତ ଗ୍ରାମର କିଛି ଶାସକ ଦଳର କୁଜି ନେତାଙ୍କୁ ଧରି ସ୍ୱଷ୍ଟ ଦିବାଲୋକରେ ପଥର ସହ ମୋରମ ଚୋରି ହେବାରେ ଲାଗିଛି ା ନା ମାଇନ୍ସ ବିଭାଗ ନା ସ୍ଥାନୀୟ ପ୍ରଶାସନ କାହାକୁ ଖାତିର କରୁନାହାନ୍ତି ଏମାନେ ା ଏହି ସବୁ ଚୋରି ହେଉଥିବାର ଦୃଶ୍ୟ ଦେଖି ନରଣପୁର ଅଞ୍ଚଳର ସ୍ୱାଭିମାନୀ ଗ୍ରାମବାସୀ ନିଜ ଆଡୁ ଏହି ପରି ଖଣିଜ ସମ୍ପଦ ଚୋରି କୁ ରୋକିବାକୁ ଅଣ୍ଟା ଭିଡ଼ିଲେଣି ଯାହା ଶୁଣିବାକୁ ମିଳୁଛି ା

ଯଦି ନରଣପୁର ଅଞ୍ଚଳ ରେ ବେଆଇନ ଖଣିଜ ସମ୍ପଦର ଚୋରି ବନ୍ଦ ନ ହୁଏ, ତା ହେଲେ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି କିଛି ଅଞ୍ଚଳବାସୀ କହିଥିବା ଶୁଣିବାକୁ ମିଳୁଛି ା ଏପଟେ ଦେଖିବାକୁ ଗଲେ ମହୁଡା ଓ ପାଲୁରୁ ହିଲସ ଅଞ୍ଚଳର ଜନସାଧାରଣ ବି ନରଣପୁର ପରି ନିଷ୍ପତି ନେବାକୁ ପଛଗୁଞ୍ଛା ଦେବେନି ବୋଲି କହିଛନ୍ତି ! ଏଣୁ  ଜିଲ୍ଲା ପ୍ରଶାସନ ଏ ଦିଗରେ କି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା ା

Leave a Reply

Your email address will not be published. Required fields are marked *