ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ଉଭୟ ନେତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ଉଚିତ୍।
ଗିରିରାଜ ସିଂ କହିଛନ୍ତି ଯେ ଆଜି ଅଟଳ ଜୀଙ୍କ ଜନ୍ମ ବାର୍ଷିକୀରେ ମୁଁ କେବଳ ଏତିକି କହିବି ଯେ ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ନେଇ କେହି ଦ୍ୱନ୍ଦ୍ୱରେ ରହିବା ଉଚିତ୍ ନୁହେଁ ।
ସେହିପରି ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାରେ ବର୍ଷ ବର୍ଷ ଧରି ସେବା କରିଥିଲେ । ଏହିପରି ବ୍ୟକ୍ତିଙ୍କୁ ଦେଶରେ ପୁରସ୍କୃତ କରାଯିବା ଆବଶ୍ୟକ । ଏହିପରି ଲୋକଙ୍କୁ ଭରତ ରତ୍ନ ପରି ପୁରସ୍କାରରେ ସମ୍ମାନିତ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।












Leave a Reply