ନୂଆଦିଲ୍ଲୀ : ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୩ହଜାର ୬ଶହ କୋଟି ଟଙ୍କା ବ୍ୟୟରେ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ମିଳିଛି।
ଏହି ଯୋଜନାରେ ବାର୍ଷିକ ସର୍ବାଧିକ ୧ ଲକ୍ଷ ପିଲା ସାମିଲ ହୋଇପାରିବେ। ଯେଉଁ ଶିକ୍ଷାର୍ଥୀ ପରିବାରର ଆୟ ୮ ଲକ୍ଷ ଯାଏ ରହିଥିବ, ସେମାନେ ୩% ସୁଧ ହାରରେ ୧୦ ଲକ୍ଷ ଟଙ୍କା ଯାଏ ଋଣ ନେଇପାରିବେ। ଏହି ବ୍ୟବସ୍ଥା ପୂର୍ବରୁ ୪.୫ ଲକ୍ଷ ଟଙ୍କା ଯାଏ ଆୟ ଥିବା ପରିବାର ପିଲାଙ୍କୁ ମିଳୁଥିଲା।
ଜଣେ ଆଶାୟୀ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ପୋର୍ଟଲା ଜରିଆରେ ଋଣ ପାଇଁ ଆବେଦନ କରିପାରିବେ। ଏହି ପୋର୍ଟାଲ ମାଧ୍ୟମରେ ଋଣ ପ୍ରଦାଦନକୁ ଅନୁମତି ଦିଆଯିବ। ୭.୫ ଲକ୍ଷ ଯାଏ ଋଣକୁ ୭୫% କ୍ରେଡିଟ ଗ୍ୟାରେଣ୍ଟ ଦିଆଯିବ। ସମସ୍ତ ସରକାରୀ ଓ ଘରୋଇ ଆର୍ଥିକ ଅନୁଷ୍ଠାନ ଗୁଡ଼ିକ ଏହି ଯୋଜନାରେ ସାମିଲ ହୋଇପାରିବେ।












Leave a Reply