ସବୁ ବ୍ଲକ୍‌ରେ ଆରମ୍ଭ ହେବ ଗ୍ରାମ ନ୍ୟାୟାଳୟ : ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର : ଲୋକଙ୍କ ଡୋର୍ ଷ୍ଟେପ୍‌ରେ ପହଞ୍ଚିବ ନ୍ୟାୟ । ସବୁ ବ୍ଲକ୍‌ରେ ଗ୍ରାମ ନ୍ୟାୟାଳୟ ଆରମ୍ଭ ହେବ ବୋଲି ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ପ୍ରଥମେ ୬ଟି ଗ୍ରାମ ନ୍ୟାୟାଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ପରେ ରାଜ୍ୟରେ ସମସ୍ତ ବ୍ଲକ୍‌ରେ ଗ୍ରାମ ନ୍ୟାୟାଳୟ ଖୋଲିବ ।

ଗ୍ରାମ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇପାରିବ । ଗ୍ରାମ ନ୍ୟାୟାଳୟରେ ମଧ୍ୟସ୍ତତା ମାଧ୍ୟମରେ ମାମଲା ସମାଧାନ କରିବାରେ ସହାୟକ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *