ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହେଲେ ଜୟ ଶାହା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଶେଷ ଦିନରେ ନାମାଙ୍କନ ଦାଖଲ କରିବା ପରେ ଜୟ ଶାହା ସର୍ବକନିଷ୍ଠ ବ୍ୟକ୍ତି ଭାବେ ଆଇସିସିର ଶୀର୍ଷ ପଦ ପାଇଁ ନିଯୁକ୍ତ ହୋଇଥିଲେ। ସେ ଗ୍ରେଗ ବାରକଲେଙ୍କ ସ୍ଥାନ ନେବେ, ଯିଏକି ୨୦୨୦ ରେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ। ଜୟ ଶାହା ଡିସେମ୍ବର ୧, ୨୦୨୪ ରୁ ନୂତନ ଆଇସିସି ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *