“ଆଭା” ଜଣେ ଭିନ୍ନକ୍ଷମ ନାରୀର ସଂଘର୍ଷର କାହାଣୀ

ଭୁବନେଶ୍ବର: ଓମ ବାବା ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ଏକ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର “ଆଭା” ଜଣେ ଭିନ୍ନକ୍ଷମ ନାରୀର ସଂଘର୍ଷର କାହାଣୀ, ଜୟଦେବ ଭବନଠାରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଯାଇଛି l ଆଭା ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବେ ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ ଅଭିନୟ କରିଛନ୍ତି l ତାଙ୍କ ସହ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର, ଶ୍ଵେତା ଆଚାର୍ଯ୍ୟଙ୍କ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି l
ଆଭା ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ l ଭିନ୍ନକ୍ଷମ ହେଲେ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିବ ତାରି ଉପରେ ଆଧାରିତ ଚଳଚ୍ଚିତ୍ର ଆଭା lଏହି ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି l ଏହି ସ୍ୱତନ୍ତ୍ର ସ୍କ୍ରିନିଂ ସହିତ ଅଡିଓ ଲୋକାର୍ପଣ ଏବଂ ପୋଷ୍ଟର ଉନ୍ମୋଚନରେ ଏକାମ୍ର ଭୁବନେଶ୍ୱରର ବିଧାୟକ ବାବୁ ସିଂ, ପ୍ରଯୋଜକ ପ୍ରବୀର ମହାପାତ୍ର, ଗୀତିକାର ତଥା ସଂଳାପକାର ମୋହିତ ଚକ୍ରବର୍ତ୍ତୀ, ଯୁଗଳ ଦେବତା, ହିମାଂଶୁ ଖଟୁଆ, ସଚ୍ଚିକାନ୍ତ ଜେନା, ପ୍ରିତମ, ସମାଜସେବୀ ତଥା ପ୍ରଯୋଜିକା ଶ୍ରାବଣୀ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର, ଶ୍ଵେତା ଆଚାର୍ଯ୍ୟ, ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *