ଭୁବନେଶ୍ୱର: ଆଳୁ ଦରକୁ ଦୃଷ୍ଟିରେ ରଖି ଶନିବାର ଯୋଗାଣ ବିଭାଗର ପକ୍ଷରୁ ଭୁବନେଶ୍ୱର ୟୁନିଟ-୧ ମାର୍କେଟରେ ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ସରକାର ଧାର୍ଯ୍ୟ କରିଥିବା ଦାମ୍ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଆଳୁ କିଲୋ ପିଛା ୩୨ରୁ ୩୫ ଟଙ୍କାରେ ବିକିବାକୁ ଦୋକାନୀଙ୍କୁ କୁହାଯାଇଛି। ସରକାର ଧାର୍ଯ୍ୟ କରିଥିବା ଦାମ୍ରୁ ଅଧିକ ଟଙ୍କାରେ ଆଳୁ ବିକିକଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କଡ଼ା ଚେତାବନୀ ଦେଇଛନ୍ତି। ଏପରିକି ଏ ରାଜଧାନୀ ବାସିନ୍ଦା ୩ କେଜି ଆଳୁ ୧୦୦ ଟଙ୍କାରେ ପାଇବେ । ପରିବାର ପିଛା ୩ କିଲୋ ଆଳୁ ଯୋଗାଇ ଦେବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଅଫିସ ନିକଟରେ ରାଜଧାନୀର ପ୍ରାୟ ୧୦୦ ଡିଲରଙ୍କୁ ଯୋଗାଣ ବିଭାଗ ଆଳୁ ଯୋଗାଇ ଦେଇଛି।
ଆଳୁ ଦର ବୃଦ୍ଧି: ୟୁନିଟ-୧ ମାର୍କେଟରେ ବିଭାଗ ପକ୍ଷରୁ ଚଢ଼ାଉ












Leave a Reply