ଏକ୍ସପ୍ଲାନେଡ୍‌ ମଲରେ ‘କେ ସେ କୁଲ୍‌ଚା’ର ଏକ୍ସକ୍ଲୁସିଭ ଆଉଟଲେଟ ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଉତ୍ତର ଭାରତର ଲୋକପ୍ରିୟ ଫୁଡ୍‌ ପ୍ଲାଟଫର୍ମ ‘କେ ସେ କୁଲ୍‌ଚା’ର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ନେକ୍ସସ୍‌ ଏକ୍ସପ୍ଲାନେଡ୍‌ ମଲରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏଠାରେ ସବୁ ବର୍ଗର ଖାଦ୍ୟପ୍ରେମୀଙ୍କୁ ସ୍ବାଦିଷ୍ଟ ଖାଦ୍ୟର ବ୍ୟାପକ ସମ୍ଭାର ସହିତ ଘିଅ ରୋଷ୍ଟ କୁଲଚା ଛୋଲେ, ମାଟିହାଣ୍ଡି ବିରିୟାନୀ, ଦିଲ୍ଲୀର ସୁସ୍ବାଦୁ ଚାଟ, ବଟର ଚିକେନ୍‌ କୁଲଚା ଓ ମନକୁ ମୋହିତ କରିବା ପରି କମ୍ବୋ ଫୁଡସ ଉପଲବ୍ଧ। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର ସମ୍ମାନିତ ଅତିଥି ଭବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେ ସେ କୁଲଚାର ଗ୍ରୁପ ଡାଇରେକ୍ଟର ଆର୍ତ୍ତ ପାଢ଼ୀ ଓ ଅବଦେଶ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ କେ ସେ କୁଲଚାର ଗ୍ରୁପ ଡାଇରେକ୍ଟର ଆର୍ତ୍ତ ପାଢ଼ୀ କହିଥିଲେ, ଆମେ ଆମର ପ୍ରଥମ ଆଉଟଲେଟର ଆନୁଷ୍ଠାନିକ ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏହି ଆଉଟଲେଟ୍‌ରେ ନିଜକୁ ହଜାଇବାକୁ ଅନୁଭବ କରନ୍ତୁ, ଯାହାକୁ ସମ୍ପୂର୍ଣ୍ଣ ଭାବେ ମସଲାରେ ରୋଷ୍ଟ ସହ ସୁନ୍ଦର ଭାବେ ପରଷାଯାଇଛି, ଯାହାର କ୍ରିମି ତଜ୍ଜିକି ସସ୍‌, କ୍ରି ସବଜି ଏବଂ ସୁମାକରର ସ୍ପର୍ଶ ଦିଆଯାଇଛି। ପ୍ରତ୍ୟେକ ଥରରେ ମଧ୍ୟପ୍ରାଚ୍ୟର ସ୍ବାଦକୁ ଅନୁଭବ କରନ୍ତୁ।

Leave a Reply

Your email address will not be published. Required fields are marked *