ଭୁବନେଶ୍ୱର: ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଏଫ୍ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି। ନୂତନ ମଡେଲ ଲଞ୍ଚ ଏବଂ ରିହାତି ବୃଦ୍ଧି ହେତୁ ଜୁଲାଇରେ ଭାରତରେ ଯାତ୍ରୀବାହୀ ଯାନଗୁଡ଼ିକର ଖୁଚୁରା ବିକ୍ରି ବର୍ଷ ତୁଳନାରେ ୧୬.୩୫% ବୃଦ୍ଧି ପାଇଛି। ଓଡ଼ିଶାରେ ଗତ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଯାନବାହନ ବିକ୍ରି ସଂଖ୍ୟା ବୃଦ୍ଧି ପାଇଛି। ଯାନବାହନ କ୍ରୟରେ ୨୧.୮୫% ବୃଦ୍ଧି ଘଟିଛି। ୨୦୨୩ ମେ’ରେ ୫୦,୭୦୭ ୟୁନିଟ୍ ଯାନ ବିକ୍ରି ହୋଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୬୧,୭୮୫ ୟୁନିଟ୍ରେ ପହଞ୍ଚିଛି। ଜୁଲାଇରେ ମୋଟ ଯାତ୍ରୀବାହୀ ଯାନ ଖୁଚୁରା ବିକ୍ରି ୬୮୮୯ ୟୁନିଟ୍କୁ ବୃଦ୍ଧି ପାଇଥିବାବେଳେ ଜୁଲାଇ ୨୦୨୩ରେ ଏହା ୫୯୨୧ ୟୁନିଟ୍ ଥିଲା। ବାଇକ୍, ସ୍କୁଟି ଆଦି ଦୁଇଚକିଆ ଯାନର ଖୁଚୁରା ବିକ୍ରି ଜୁଲାଇରେ ୨୨.୩୪ ପ୍ରତିଶତ ବୃଦ୍ଧି ହୋଇ ୪୬୯୭୦ ୟୁନିଟ୍ରେ ପହଞ୍ଚିଛି।
ଓଡ଼ିଶାରେ ଯାନବାହନ ବିକ୍ରି ୨୧.୮୫% ବୃଦ୍ଧି
















Leave a Reply