କେଜରିୱାଲଙ୍କୁ ପାଛୋଟି ଆଣିବାକୁ ମିଠା ନେଇ ପହଞ୍ଚିଲେ ସୁନୀତା କେଜରିଓ୍ବାଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ସହ ତାଙ୍କୁ ଜେଲରୁ ବାହାରିବା ପାଇଁ ରାସ୍ତା ମଧ୍ୟ ସଫା ହୋଇଯାଇଛି। ସୂଚନା ଅନୁଯାୟୀ, ଗେଟ୍‌ ନମ୍ବର ୩ରୁ କେଜରିୱାଲ ବାହାରକୁ ଆସିପାରନ୍ତି। ଅନେକ ଏଏପି ନେତା ଏହାକୁ ସତ୍ୟର ବିଜୟ ବୋଲି ମଧ୍ୟ କହିଛନ୍ତି। ମନୀଷ ସିସୋଡିଆ ଏବଂ ସୁନୀତା କେଜରିୱାଲ ମିଠା ବଣ୍ଟନ କରି ଖୁସି ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏକ୍ସାଇଜ ପଲିସି ସ୍କାମ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦୁଇଟି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଥିଲେ। ପ୍ରଥମ ଆବେଦନ ଉପରେ କୋର୍ଟ ସିବିଆଇ ଗିରଫକୁ ବୈଧ ବୋଲି ବିବେଚନା କରିଥିଲେ।କେଜରିୱାଲଙ୍କ ପତ୍ନୀ ସୁନୀତା ଏହି ଖୁସିରେ ତିହାର ଜେଲର ଗେଟ ନମ୍ବର ୩ରେ ମିଠା ନେଇ ପହଞ୍ଚିଛନ୍ତି। ସେ କିଛି ସମୟ ପରେ ଜେଲରୁ ବାହାରକୁ ଆସିବେ। ସୂଚନାଯୋଗ୍ୟ, ଅରବିନ୍ଦ କେଜରିୱାଲ ଜାମିନ ପାଇବା ପରଠାରୁ ଏଏପି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦ୍ୱିତୀୟ ଆବେଦନ ଉପରେ ଏହି ରାୟ ଦେବାବେଳେ ବୋର୍ଡ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛି। ସୂଚନାଯୋଗ୍ୟ, କେଜରିୱାଲ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ପଞ୍ଜିକୃତ ହୋଇଥିବା ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ହେବାରୁ ଦୁଇଟି ପୃଥକ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *