ଖୁବ୍‌ଶୀଘ୍ର ‘ଏକ୍ସ’ରେ ନୂଆ ଫିଚର

ଓ୍ବାଶିଂଟନ: ବର୍ତ୍ତମାନର ‘ଏକ୍ସ’ ଯାହାକୁ ପୂର୍ବରୁ ଟୁଇଟର କୁହାଯାଉଥିଲା। ନୂଆ ଫିଚର ଖୁବ୍‌ଶୀଘ୍ର ‘ଏକ୍ସ’ରେ ଦିଆଯିବ। ଏବେ ଏହାକୁ ଦେଶର ବହୁ ସଂଖ୍ୟକ ଲୋକ ବ୍ୟବହାର କରୁଛନ୍ତି। ସମଗ୍ର ବିଶ୍ୱରେ ‘ଏକ୍ସ’ରେ ଲକ୍ଷ ଲକ୍ଷ ଉପଭୋକ୍ତା ଅଛନ୍ତି। ଏଭଳି ପରିସ୍ଥିତିରେ ଏଲନ ମସ୍କ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ସୂଚନା ଅନୁଯାୟୀ, ଏକ୍ସରେ ଏକ ନୂତନ ଫିଚର ଶୀଘ୍ର ଉପଲବ୍ଧ ହେବ। ଯାହା ସାହାଯ୍ୟରେ ଉପଭୋକ୍ତାମାନେ ‘ଏକ୍ସ’କୁ କଲ କରିବାର ଲାଭ ମଧ୍ୟ ପାଇପାରିବେ। ଏଥି ସହିତ ଏହା ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଟକ୍କର ଦେବ। କାରଣ ଭିଡିଓ କଲ୍‌ର ଫିଚର ଶୀଘ୍ର ଏଥିରେ ଯୋଡ଼ି ହୋଇପାରିବ। କୁହାଯାଉଛି, ଏହି ନୂଆ ଫିଚର ପରିଚୟ ପରେ ହ୍ବାଟ୍ସଆପ୍‌ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରେ। ଭିଡିଓ କଲ ପାଇଁ ଗୁଗ୍‌ଲ, ହ୍ବାଟ୍ସଆପ୍‌ ଏବଂ ଜୁମ୍‌ ଭଳି ଆପ୍‌ ରହିଛି। ଏହାକୁ ଦୃଷ୍ଟିରେ ରଖି ଏଲନ ମସ୍କ ବର୍ତ୍ତମାନ ‘ଏକ୍ସ’ରେ ଭିଡିଓ କଲ୍‌ ଫିଚର ଯୋଗାଇବାକୁ ଯୋଜନା କରୁଛନ୍ତି।

Leave a Reply

Your email address will not be published. Required fields are marked *