ଗ୍ଲାମନ ମିସ୍ ଇଣ୍ଡିଆ- ୨୦୨୪ ଟାଇଟେଲ ଜିତିଲେ ଓଡ଼ିଆ ମଡେଲ ରଶ୍ମି ନାୟକ

ଗ୍ଲାମନ ମିସ୍ ଇଣ୍ଡିଆ- ୨୦୨୪ ଟାଇଟେଲ ଜିତିଲେ ଓଡ଼ିଆ ମଡେଲ ରଶ୍ମି ନାୟକ
 ଭୁବନେଶ୍ୱରରେ ଓଡ଼ିଆ ମଡେଲ ରଶ୍ମି ନାୟକଙ୍କୁ ଭବ୍ୟ ସମ୍ୱର୍ଦ୍ଧନା
 ବିଶ୍ୱ ଦରବାରରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ଓଡ଼ିଆ ମଡେଲ
 ରଶ୍ମିଙ୍କୁ ମିଳିଛି ମିସ ପପୁଲାର ଫେସ୍‌ର ଆଖ୍ୟା
 ଜଣେ ସଫଳ ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଛି – ରଶ୍ମି ନାୟକ
ଭୁବନେଶ୍ୱର: ମାଲେସିଆରେ ଆୟୋଜିତ ଗ୍ଲାମନ ମିସ୍ ଇଣ୍ଡିଆ- ୨୦୨୪ର ଟାଇଟେଲ ହାତେଇଛନ୍ତି ଓଡ଼ିଆ ମଡେଲ ରଶ୍ମି ନାୟକ। ଏହା ସହ ରଶ୍ମିଙ୍କୁ ମିଳିଛି ମିସ ପପୁଲାର ଫେସର ଆଖ୍ୟା। ଏହି ଅବସରରେ ଭୁବନେଶ୍ୱର ବୋକାକେଫଠାରେ ରଶ୍ମିଙ୍କୁ ଦିଆଯାଇଛି ଭବ୍ୟ ସମ୍ୱର୍ଦ୍ଧନା।
ପରିଶ୍ରମ ହିଁ ସଫଳତାର ଚାବିକାଠି। ଏହାକୁ ପ୍ରମାଣିତ କରିଛନ୍ତି ବ୍ରହ୍ମପୁର ନିବାସୀ ଓଡ଼ିଆ ମଡେଲ ତଥା ଗ୍ଲାମନ ମିସ୍ ଇଣ୍ଡିଆ-୨୦୨୪ ଟାଇଟେଲ ବିଜେତା ରଶ୍ମି ନାୟକ। ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଚାକିରି କରିବା ସହ କଠିନ ପରିଶ୍ରମ କରି ସେ ଏହି ଟାଇଟେଲ ଜିତି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। କଳା ସଂସ୍କୃତି ରାଉଣ୍ଡରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର କରିଥିଲେ ରଶ୍ମି ନାୟକ।
ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ମିସ୍ ଇଣ୍ଡିଆ- ୨୦୨୪ ଟାଇଟେଲ ଜିତିବାର ଅନୁଭୂତି ବଖାଣିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଏବଂ ବାପା ମାଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ମିଳିଛି ବୋଲି କହିଥିଲେ ରଶ୍ମି ନାୟକ। ମିସ୍ ଇଣ୍ଡିଆ-୨୦୨୪ ଟାଇଟେଲକୁ ରଶ୍ମି ଓଡ଼ିଶାବାସୀଙ୍କୁ ଉତ୍ସର୍ଗୀକୃତ କରିଛନ୍ତି। ଆଗାମୀ ଦିନରେ ରଶ୍ମି ଜଣେ ସଫଳ ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଖୁବଶୀଘ୍ର ସେ ଓଡ଼ିଆ ଚଳଚ୍ଚିତ୍ରରେ ନିଜର ଅଭିନୟର ଜାଦୁ ଦେଖାଇବେ।
ଏହି ଅବସରରେ ଗ୍ଲାମନ ମିସ୍ ଇଣ୍ଡିଆର ଆୟୋଜକ ମିସ୍ ମନ୍ ଦୁଆ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଗତ ସେପ୍ଟେମ୍ୱରରେ ୧୮-୨୩ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ମାଲେସିଆରେ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *