ଗଣିଆ (ମନୋଜ ମଳିକ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଗଣିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ୱାର୍ଡ ୨ଓ ୩ନମ୍ବର ୱାର୍ଡ ର ଦଳିତ ସାହି, ପାଇକ ସାହି, ବ୍ରାହ୍ମଣ ସାହି, ର ଜନସାଧାରଣ ମାନେ ପାଣି ପାଇବାରୁ ବଞ୍ଚିତ ହୋଇ ରହୁଛନ୍ତି, ଆମ ରିପୋଟର ଖବର ନେବାରେ ଜନଗଲା ଯେ ଗଣିଆ ପଂଚାୟତ ର ୬୦ରୁ ଉର୍ଦ୍ଧ ମହିଳା ପୁରୁଷ ମାନେ ସାଙ୍ଗରେ ଦରଖାସ୍ତ ଧରି ଗଣିଆ ବ୍ଲକ୍ ଅଫିସ ରେ ପହଞ୍ଚି ପାନୀୟ ଜଳ ସମସ୍ୟା କୁ କେନ୍ଦ୍ର କରି ହଟ୍ଟଗୋଳ ଓ ହୋହାଲା କରିଥିଲେ, ୬୦ରୁ ଅଧିକ ପରିବାର ର ପ୍ରାୟ ୩୦୦ରୁ ଉର୍ଦ୍ଧ ଲୋକ ପାନୀୟ ଜଳ ଉପର ନିର୍ଭର କରି ଚଳୁଥିବା ର ଜଣାପଡ଼ିଛି, ସୂଚନା ଥାଉକି ଦୁଇ ଟି ୱାର୍ଡ ର ଲୋକ ମାନେ ଆଜକୁ ୧୫ରୁ ୨୦ଦିନ ହେଲା ପାଣି ପାଇ ବାରୁ ବଞ୍ଚିତ, ଏ ବିଷୟରେ ଜନସାଧାରଣ ମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ, ବାଧ୍ୟ ହୋଇ ଗଣିଆ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଦେବା ପାଇଁ ଆସିଥିଲେ, ଗଣିଆ ବିଡିଓ ମହୋଦୟା ଡା ବେବିତା ମଞ୍ଜରୀ ନାୟକ ନୟାଗଡ ଅଫିସ କାମରେ ଥିବାରୁ ବିଡିଓ ଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ବୁଝା ସୁଝା କରିଥିଲେ, ଦିନେ ଦୁଇ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ଦୁର ହେବ ବୋଲି ପ୍ରତିଶ୍ରୁତି ମିଳିଲା ପରେ ସମସ୍ତେ ଘରକୁ ଫେରି ଆସିଲେ, କେବେ ପାନୀୟ ଜଳ ସମସ୍ୟା ଦୁର କରିବେ ପ୍ରଶାସନ ତାହା ଦେଖିବାକୁ ବାକି ରହିଲା |












Leave a Reply