ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ନୂଆ ଅପଡେଟ ସାମ୍ନାକୁ ଆସୁଛି । କିନ୍ତୁ ବର୍ତ୍ତମାନ ସବୁଠୁ ବଡ଼ କଥା ହେଉଛି, ଯଦି ଆବେଦନକାରୀ ପ୍ରଥମ ଆବେଦନରେ ସୁଭଦ୍ରା ଟଙ୍କା ନ ମିଳେ ତେବେ ସେ କ’ଣ ଦ୍ୱିତୀୟ ଥର ଆବେଦନ କରିପାରିବେ। ବର୍ତ୍ତମାନର ସବୁଠୁ ବଡ଼ ଅପଡେଟ ହେଉଛି, ୧୭ ତାରିଖରେ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି ଟଙ୍କା । ସେପ୍ଟେମ୍ବର ୧୫ ଭିତରେ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା। ପ୍ରଶ୍ନ ଉଠୁଛି ୧୭ ପରେ ଆବେଦନ କଲେ ସୁଭଦ୍ରା ଟଙ୍କା ମିଳିବ କି ନାହିଁ। ୧୭ ପରେ ଆବେଦନ କରିଥିବା ମହିଳାମାନଙ୍କ ଆକାଉଣ୍ଟକୁ ବି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସିବ । ସୁଭଦ୍ରା ଯୋଜନାର ସ୍ପଷ୍ଟ ଗାଇଡଲାଇନ ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି । ଏସଓପି ଜାରି ହେବା ପରଠୁ ସୁଭଦ୍ରା ଯୋଜନାକୁ ନେଇ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ରାତି ଦିନ ଲାଗି ପଡ଼ି ଆପ୍ଲାଏ କରିବା ପାଇଁ ମହିଳାମାନେ ଆଗ୍ରହ ଦେଖାଉଛନ୍ତି । ଓଡିଶାରେ ରହୁଥିବା ମହିଳାମାନେ ଜନ ସେବା କେନ୍ଦ୍ର, ବ୍ଲକ, ଅଙ୍ଗନବାଡ଼ି ଆଗରେ ଭିଡ ଜମାଇଛନ୍ତି ।
ପ୍ରଥମ ଆବେଦନରେ ସୁଭଦ୍ରା ଟଙ୍କା ନ ମିଳେ ଦ୍ୱିତୀୟ ଥର ଆବେଦନ କରିପାରିବେ












Leave a Reply