ନୟାଗଡ -(ମନୋରଞ୍ଜନ ମଳିକ )ନୟାଗଡ ଜ଼ିଲ୍ଲା ରେ ବସବାସ କରୁଥିବା ଗଣିଆ, ଖଣ୍ଡପଡା, ରଣପୁର, ଭାପୁର, ଦଶପଲ୍ଲା, ନୂଆଗାଁ, ନୟାଗଡ, ଓଡଗାଁ ଆଦିବାସୀ ଓ ଦଳିତ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଭାରତ ବିକାଶ ମଞ୍ଚ ନୟାଗଡ ତରଫରୁ ଜ଼ିଲ୍ଲାପାଳ ଅଫିସ ଘେରାଉ କରିବା ସହିତ ଦାବୀ ପତ୍ର ଦେଇଛନ୍ତି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଖଣ୍ଡପଡା ବ୍ଲକ ର ସିଧାମୁଳା ଗ୍ରାମପଂଚାୟତ ର କାନସିଙ୍ଗି ଗ୍ରାମରେ ପାନୀୟ ଜଳ ସମସ୍ୟା ଶୀଘ୍ର ଦୂର କରିବା ସହିତ ଗଣିଆ ର ବଡସିଲିଙ୍ଗା ଗ୍ରାମପଂଚାୟତ ର ଧୂଆପାଜୁ, ଜାନକାଝୋଲା, ଭାଲିଆ ପଦର, ବେଦାଡି, କୁମୁରି, ସେରେଣ୍ଡା, ସଲପଗଣ୍ଡା, ମୂଷିଗୁଡା, ଗ୍ରାମଗୁଡିକରେ ମୋବାଲି ଟାୱାର, ରାସ୍ତାଘାଟ, ପାନୀୟ ଜଳ ବ୍ୟବସ୍ଥା ଗୁଡିକ ଦୂର କରି ଆଦିବାସୀ ଓ ଦଳିତ ଲୋକ ମାନଙ୍କୁ ଏହି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ପାଣିଗ୍ରାହୀ ଙ୍କ ସମେତ 8ଗୋଟି ବ୍ଲକ ର ଲୋକ ମାନେ ଉପସ୍ଥିତ ରହି ଏକ ବିକ୍ଷୋଭ କରିଥିଲେ |
ବିଭିନ୍ନ ସମସ୍ୟା ନେଇ ଜ଼ିଲ୍ଲାପାଳ ଅଫିସ ଘେରାଉ କଲେ ବିକାଶ ପରିଷଦ












Leave a Reply