ବିଶ୍ୱର ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ମଧ୍ୟରେ ସାମିଲ ହୋଇଛି ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC)

ଏନଏମଏସିସି ଭାରତର କଳା ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି – ମ୍ୟାଡାମ୍ ଫିଗାରୋ

ଏନଏମଏସିସି ସହିତ ନ୍ୟୁୟର୍କ, ଲସ୍ ଆଞ୍ଜେଲସ୍, ଆମଷ୍ଟରଡାମ୍, ହଂକଂ ଏବଂ ବର୍ଲିନର କେନ୍ଦ୍ରଗୁଡିକ ମଧ୍ୟ ସାମିଲ ହୋଇଛନ୍ତି

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଜାପାନୀ ପତ୍ରିକା ‘ମ୍ୟାଡାମ୍ ଫିଗାରୋ’ ମୁମ୍ବାଇର ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) କୁ ବିଶ୍ୱର ସର୍ବୋତ୍ତମ ସାଂସ୍କୃତିକ କେନ୍ଦ୍ର ତାଲିକାରେ ଅନ୍ତର୍ଭୁକ୍ତ କରିଛି। ପ୍ରଥମ ଥର ପାଇଁ ଏକ ଭାରତୀୟ ସାଂସ୍କୃତିକ କେନ୍ଦ୍ର ଆନ୍ତର୍ଜାତୀୟ ସ୍ତରରେ ନିଜର ଉପସ୍ଥିତି ଜାହିର କରିଛି। ଦେଶର ବୃହତ୍ତମ କଳାକେନ୍ଦ୍ର ମଧ୍ୟରୁ ଅନ୍ୟତମ ଏହି କେନ୍ଦ୍ର ଭାରତୀୟ ସଂସ୍କୃତିକୁ ଦୃଷ୍ଟିରେ ରଖି ପଦ୍ମ ଫୁଲ ଆକାରରେ ଡିଜାଇନ୍ କରାଯାଇଛି। ଏନଏମଏସିସି ମୁମ୍ବାଇ ସହରର ବାନ୍ଦ୍ରା କୁର୍ଲାରେ ଅବସ୍ଥିତ।

ମ୍ୟାଡାମ୍ ଫିଗାରୋ ପତ୍ରିକା ଲେଖିଛି ଯେ “ଏନଏମଏସିସି ୨୦୨୩ ମସିହାରେ ନୀତା ମୁକେଶ ଅମ୍ବାନୀଙ୍କ ଦ୍ୱାରା ବିଶ୍ୱର କଳାକୁ ଭାରତକୁ ଆଣିବା ଏବଂ ଭାରତର କଳାକୁ ବିଶ୍ୱ ମଞ୍ଚକୁ ନେବାର ମହତ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା। ଏହାର ଅନେକ ପ୍ରେକ୍ଷାଳୟ ଏବଂ ଆର୍ଟହାଉସରେ ଭାରତୀୟ କଳାକାରମାନଙ୍କ ପ୍ରଦର୍ଶନୀଠାରୁ ଆରମ୍ଭ କରି ଶାସ୍ତ୍ରୀୟ ଗାୟନ-ବାଦନ ନୃତ୍ୟ, ବ୍ରଡୱେ ମ୍ୟୁଜିକାଲ୍ ଏବଂ ଥିଏଟର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି। ଏହି କଳା କେନ୍ଦ୍ର ଭାରତର କଳା ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି। ”ଏନଏମଏସିସି ବ୍ୟତୀତ, ଏହି ତାଲିକାରେ ନ୍ୟୁୟର୍କର ରିଚାର୍ଡ ଗିଲ୍ଡର୍ ସେଣ୍ଟର, ଲସ୍ ଆଞ୍ଜେଲସର ଇନଟିଉଟ୍ ଡୋମ୍, ଆମଷ୍ଟରଡାମର ଡେଡ୍ ଏଣ୍ଡ ଗ୍ୟାଲେରୀ, ହଂକଂର ସୋଥବାୟସ ମେସନ୍, ବ୍ୟାଙ୍କକର ବ୍ୟାଙ୍କକ୍ ଆର୍ଟ ବିନାଲେ ଏବଂ ଜର୍ମାନୀର ଡାର୍କ ମ୍ୟାଟର ସାମିଲ ରହିଛି।

ଉଲ୍ଲେଖଯୋଗ୍ୟ ଯେ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇର ବାନ୍ଦ୍ରା କୁର୍ଲାରେ ଅବସ୍ଥିତ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC) ହେଉଛି ଭାରତୀୟ କଳା କ୍ଷେତ୍ରରେ ଏହିଭଳି ପ୍ରଥମ ସାଂସ୍କୃତିକ କେନ୍ଦ୍ର। ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ନୀତା ଅମ୍ବାନୀଙ୍କ ଦ୍ୱାରା ପରିକଳ୍ପିତ ଏହି କେନ୍ଦ୍ରର ଉଦ୍ଦେଶ୍ୟ ଭାରତର ସମୃଦ୍ଧ କଳା, ସଂସ୍କୃତି ଏବଂ ଐତିହ୍ୟ ପରମ୍ପରାକୁ ସଂରକ୍ଷିତ ତଥା ପ୍ରୋତ୍ସାହିତ କରିବା।

Leave a Reply

Your email address will not be published. Required fields are marked *