ଭବିଷ୍ୟତରେ ଭାଙ୍ଗିବ କି ବିଜେଡି ?

ବନେଶ୍ୱର: ବିଜେଡିକୁ ଭାଜପା ନେତା ଅରବିନ୍ଦ ଢାଲିଙ୍କ ମନ୍ତବ୍ୟରେ ବିଜେଡି ପୂର୍ବତନ ବିଧାୟକ ଅମର ଶତପଥୀ ଘିଅ ଢାଳିଲା ଭଳି ଉତ୍ତର ରଖିଛନ୍ତି। ଦଳର ଆମୂଳଚୁଳ ସଂଗଠନ ଠିକ୍‌ ନକଲେ ଆଗକୁ ଅନେକ ଅଘଟଣ ଘଟିବ ବୋଲି ଅମର କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ରହିଛି। ସଂଗଠନ ଠିକ୍‌ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଦେଖାଯାଉ କଣ ହେଉଛି। ଅନ୍ୟପକ୍ଷେ  ମମତା ମହାନ୍ତ ଭାଜପାରେ  ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ କରି ଭାଜପା ନେତା ଅରବିନ୍ଦ ଢ଼ାଲି କହିଥିଲେି ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି। ଜାତୀୟ ଦଳର ବିଲୟ ହୁଏନି, ଆଞ୍ଚଳିକ ଦଳର ବିଲୟ ହୁଏ। ଯିଏ ଆଞ୍ଚଳିକ ଦଳ ଗଢ଼ିଥାଏ, ଅସୁସ୍ଥ ବା ଆଉକଣ ହେଲେ ଦଳ ରୁହେନି। ବିଜେଡିରେ ବାକ ସ୍ବାଧୀନତା ନାହିଁ, ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ। ବିଜେଡିରେ ସମସ୍ତେ ଅସନ୍ତୁଷ୍ଟ ଥିଲେ, ପାଣ୍ଡିଆନ ସର୍ବେସର୍ବା ଥିଲେ ବୋଲି ଢ଼ାଲି କହିଥିଲେ। ଢ଼ାଲିଙ୍କ ପରେ ଅମର ତାଙ୍କ ପ୍ରତିକ୍ରିୟା ରଖିଥିଲେ।

Leave a Reply

Your email address will not be published. Required fields are marked *