ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ ଫିକି ଫ୍ଲୋ ଭୁବନେଶ୍ୱର ଚାପ୍ଟରର ମିଳିତ ସହଯୋଗରେ ଏକ ନିଆରା ଫ୍ୟାଶନ୍ ଶୋ ଲାବଣ୍ୟବତୀ (ହସ୍ତତନ୍ତର କବିତା) ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଆୟୋଜିତ ହୋଇଯାଇଛି। ଏପରିକି ଆମ ଅସ୍ମିତା ଆମ ଗର୍ବ, ଆମ ଗୌରବ’ଶୀର୍ଷକ (ଥିମ୍)ରେ ଆୟୋଜିତ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ତଥା ସମନ୍ବୟ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ, ପ୍ରବକ୍ତା ତଥା ପୁରୀ ଗୋବର୍ଦ୍ଧନମଠର ଉପଦେଷ୍ଟା ପଣ୍ଡିତ ମାତୃପ୍ରସାଦ ମିଶ୍ର, ରୁଚି ଫୁଡ଼୍ଲାଇନ୍ର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଭୁବନେଶ୍ୱରରେ ନିଆରା ଫ୍ୟାଶନ୍ ଶୋ ଲାବଣ୍ୟବତୀ












Leave a Reply